You are currently viewing ପିଚୁ ପ୍ଲାଣ୍ଟକୁ ସିଲ୍ କଲା ପ୍ରଶାସନ
ପିଚୁ ପ୍ଲାଣ୍ଟକୁ ସିଲ୍ କଲା ପ୍ରଶାସନ

କୁକୁଡ଼ାଖଣ୍ତି,(ତା 11.06.23) କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ବଉଳଝୋଳି ନିକଟ ଭୁଡୁକା ମୌଜାର ୩୪୮୪ ପ୍ଲଟ ଉପରେ ଚାଲିଥିବା ପିଚୁ ପ୍ଲାଣ୍ଟକୁ ସିଲ୍ କରିଛି ପ୍ରଶାସନ l ପ୍ଲାଣ୍ଟଜନିତ ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଆଜି କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ସଦର ଏସଡିଓ ଶିବଶଙ୍କର ମହାପାତ୍ର,ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଙ୍କ ଦ୍ବାରା ମିଳିତ ଚଢ଼ାଉ ହୋଇଥିଲା l ତେବେ କାଗଜପତ୍ର ଯାଞ୍ଚ ସମୟରେ ବର୍ତ୍ତମାନ ଉକ୍ତ ସ୍ଥାନର ପଟ୍ଟାଦାର ପ୍ରିୟଙ୍କା ଦଳାଇ ଓ ବାଲ୍ୟରାମ ଦଳାଇଙ୍କ ନାମରେ ପିଚୁପ୍ଲାଣ୍ଟ ସମ୍ପର୍କିତ କୌଣସି ବୈଧ ଦସ୍ତାବିଜ ନଥିବା କାରଣରୁ ବିଭାଗୀୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ପିଚୁ ପ୍ଲାଣ୍ଟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ତାହାକୁ ସିଲ୍ କରାଯାଇଛି l

କୁକୁଡାଖଣ୍ଡି ରୁ ପ୍ରତାପ କୁମାର ସାହୁ