ସାନଖେମୁଣ୍ଡି 6/12( (ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାର ପାହାଡ଼ିଆ ଦୁର୍ଗମ ଅଞ୍ଚଳରେ ଗଞ୍ଜାମ ଓ ଗଜପତି ଅଞ୍ଚଳରେ ଗଞ୍ଜେଇ ଚାଷ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ନାମ ରହିଥିବାରୁ ବହୁ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଗଞ୍ଜେଇ ମାଫିଆ ମାନେ ଆସି ଏଠାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ନେଇ ଯାଉଥିବା ବେଳେ କେତେକ ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ ଜେଲରେ ଥିବା ବେଳେ କେତକ ଗଞ୍ଜେଇ ମାଫିଆ ପୋଲିସ ହାବୁଡ଼ରୁ ଖସି କୋଟି ପତି ହୋଈ କୋଠା ଗାଡି କରି ଖୋଲମ ଖୋଲା ବୁଲି ବ୍ୟବସାୟ କରୁଥିବା ଶୁଣିବାକୁ ମିଳୁଛି

। ଆଜି ବେ-ଆଇନ ଗଞ୍ଜେଇ ଚାଷକୁ ଆସ୍କା ଏସଡିପିଓ ଉମାଶଙ୍କର ସିଂ ଙ୍କ ତତ୍ୱାବଧାନରେ ପାଟପୁର ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଧାରାକୋଟ ଥାନା ଅଧିକାରୀ , ମମତା ସାମନ୍ତରାୟ ଓ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ସମେତ ପୋଲିସ କର୍ମଚାରୀ ମିଳିତ ଭାବେ ଅଚାନକ
ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର , କୃଷ୍ଣପୁର ଦୁର୍ଗମ ପାହାଡ଼ିଆ ଅଞ୍ଚଳରୁ ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଇଲାକାରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ମିଳିତ ଚଡାଉ କରି ପ୍ରାୟ ୩୦ ଏକରରୁ ଅଧିକ ଲାଗିଥିବା ଗଞ୍ଜେଇ ଗଛ ନଷ୍ଟ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି । ପ୍ରତି ବର୍ଷ ଏପରି ଚଢ଼ାଉ କରି କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଫସଲକୁ ନଷ୍ଟ କରିଥିବା ପାଟପୁର ପୋଲିସ ପକ୍ଷରୁ ସୂଚନା ମେଳିଛି


