You are currently viewing ଧରାକୋଟ, ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦୂରେଇବା ପାଇଁ ଜାରି ହେଲା 144
ଧରାକୋଟ, ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦୂରେଇବା ପାଇଁ ଜାରି ହେଲା 144

ଧରାକୋଟ,26/6/24
ଧରାକୋଟ ଥାନା ଅନ୍ତର୍ଗତ ତାଳ ପାଟଣା ଛକ ଠାରେ ପ୍ରଶାସନ ତରଫରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦକୁ ପ୍ରତିହତ କରିବା ପାଇଁ ବିବାଦୀୟ ଜମି ଉପରେ 144 ଧାରା ଜାରୀ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ସତର ତାରିଖ ସୋମବାର ଦିନ ଧରାକୋଟ ଏବଂ ଆଖ ପାଖ ଗାଁର ମୁସଲମାନ ସଂପ୍ରଦାୟର ଲୋକେ ଇଦୁଲ ଫିତର ପାଳନ କରିବା ଅବସରରେ ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ତାଳ ପାଟଣା ଛକ ପାର୍ଶ୍ଵରେ ଏକ ସ୍ଥାନରେ ପ୍ରାର୍ଥନା କରିଥିଲେ। ଯାହାକୁ ହିନ୍ଦୁ ସମ୍ପ୍ରଦାୟର ଲୋକେ ବିରୋଧ କରିବାରୁ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଖବର ପାଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ ମହାପାତ୍ର ଓ ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ଏହାର ପରବର୍ତ୍ତୀ ଦିନ ଥାନା ପରିସରରେ ଏ ଟି ଓ ଗଣେଶ ଦଳେଇ, ଏସ ଡି ପି ଓ ସଞ୍ଜୟ ମହାପାତ୍ର ଓ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଉଭୟ ସମ୍ପ୍ରଦାୟର ଲୋକଙ୍କ ସହ ପୃଥକ ପୃଥକ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ। କାରଣ ସଂପୃକ୍ତ ବିବାଦୀୟ ସ୍ଥାନରେ ଗତ 1985 ମସିହାରେ କବର ସ୍ଥାନ ଚିହ୍ନଟ କୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବା ରୁ ଏସ ଡି ଜେ ଏମ କୋର୍ଟ ଏହାର ବିଚାର କରି କବର ସ୍ଥାନ ପାଇଁ ଅନ୍ୟତ୍ର ଜାଗା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବାପରେ ତାହା କାର୍ଯ୍ୟକାରୀ ହୋଇଥିଲା । ଏଣୁ ଉଭୟ ସଂପ୍ରଦାୟ ଭିନ୍ନ ଭିନ୍ନ ସ୍ଥାନରେ ଶବକୁ ସତ୍କାର ଓ କବର ଦେଇ ଆସୁଥିଲେ । ଦୀର୍ଘ 39 ବର୍ଷ ପରେ ମୁସଲମାନ ସାହିର ଲୋକମାନେ ପୁଣି ଥରେ ବିବାଦୀୟ ସ୍ଥାନରେ ପ୍ରାର୍ଥନା କରିବା ପାଇଁ ପହଞ୍ଚିବା ଯୋଗୁଁ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏହାର ବିରୋଧ କରିଥିଲେ।

ଏଣୁ ପରିସ୍ଥିତି ଉତ୍ତେଜନା ପୂର୍ବକ ହେବା ପୂର୍ବରୁ ପ୍ରଶାସନ ତରଫରୁ ସଠିକ ଓ ସମାୟୋଚିତ ପଦକ୍ଷେପ ଗ୍ରହଣ କରାଯାଇ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ବିବାଦୀୟ ସ୍ଥାନରେ ନାଲି ବାନା ପୋତି 144 ଜାରି କରିଛନ୍ତି । ଏହା ଫଳରେ ସଂପୃକ୍ତ ବିବଦୟ ସ୍ଥାନ ଉପରେ କେହି ମଧ୍ୟ ନିଜର ହକ ଜାହିର କରିପାରିବେ ନାହିଁ। ପ୍ରଶାସନର ଏହି ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଏକ ସମ୍ପଦୟିକ ଉତ୍ତେଜନା କୁ ସଠିକ ସମୟ ରେ ପ୍ରତିହତ କରାଯାଇ ପାରିଛି।