You are currently viewing ଅଜଣା ମହିଳାଙ୍କ ଙ୍କ ମୁଣ୍ଡ ବିହୀନ ଅଚିହ୍ନ| ଶବ ଉଦ୍ଧାର କଲା ପୋଲିସ |
ଅଜଣା ମହିଳାଙ୍କ ଙ୍କ ମୁଣ୍ଡ ବିହୀନ ଅଚିହ୍ନ| ଶବ ଉଦ୍ଧାର କଲା ପୋଲିସ |

ଖଲ୍ଲିକୋଟ 12/1 ଖଲ୍ଲିକୋଟ ଥାନା ଅନ୍ତର୍ଗତ ମକୁନ୍ଦପୁର -ଚିକିଲି ରାସ୍ତା ରେ ଖଲ୍ଲିକୋଟ ପୋଲିସ ଏକ ମୁଣ୍ଡ ବିହୀନ ଶବ କୁ ଉଦ୍ଧାର କରିଥିବା ଜଣାପଡିଛି |ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ବଂଶୀଖୋଲ ଘାଟି ଚିକିଲି ଗୋପପୁର ଛକ ଠାରେ ଥିବା ମେଗା ପାଇପ ଜଳ ପାଇଁ ମହଜୁଦ ଥିବା ପାଇପ ଭିତରେ ଏକ ଅଜଣା ମହିଳା ଙ୍କ ଅର୍ଦ୍ଧ ଶରୀର ମୁଣ୍ଡ ବିହୀନ ଶବ ପଡ଼ିଥିବା ସେଠାରେ କାମ କରୁଥିବା ଶ୍ରମିକ ମାନେ ଦେଖି ପୋଲିସ କୁ ଖବର ଦେଇଥିଲେ |ସେକେଣ୍ଡ ଅଫିସର ପାର୍ଥ ପ୍ରତିମ ଦେବତା ଘଟଣ|ସ୍ଥଳ ରେ ପହଂଚି ପାରିପାର୍ଶ୍ଵିକ ସ୍ଥିତି କୁ ଯାଞ୍ଚ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରି ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି | ତେବେ କିଛି ଦିନ ତଳେ କୌଣସି ଦୁବୃତ୍ତ ଅଜଣା ମହିଳା ଙ୍କୁ ଏଠାକୁ ଆଣି ଦୁଷ୍କର୍ମ ପରେ ହତ୍ୟା କରି ପାଇପ ଭିତରେ ଭର୍ତ୍ତି କରି ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି |ପୋଲିସ ଏ ସଂକ୍ରାନ୍ତ ରେ ଥାନା କେସ ନମ୍ବର 3 /24 ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ପ୍ରକାଶ |