ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଗୌରାଦେଇପୁର ଠାରୁ ଗତ ବିଳମ୍ବିତ ରାତିରେ ଏକ ଡିଜେ ସାଉଣ୍ଡ ଗାଡିକୁ ଜବତ କରିଛି ପୋଲିସ। ସୂଚନା ଅନୁସାରେ ବିଲମ୍ବିତ ରାତ୍ରିରେ ଡିଜେ ସାଉଣ୍ଡ କୁ ଅନୁମତି ନଥିବା ବେଳେ ବେଆଇନ ଭାବେ ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ଏହି ଗାଡ଼ି ଜବତ କରାଯାଇଛି। ଗତ ରାତିରେ ଏକ ବିବାହ କାର୍ଯ୍ୟକ୍ରମରେ ଏହି ଡିଜେ ଗାଡି ଟି ବହୁ ବିଲମ୍ବିତ ରାତ୍ରିରେ ବୁଲୁଥିବା ବେଳେ ଏନେଇ ଖବର ପାଇ କୋଦଳା ପୋଲିସ ପକ୍ଷରୁ ଚଢ଼ାଉ କରି ଗାଡିକୁ ଥାନାକୁ ଅଣାଯାଇଛି। ଏନେଇ କୋଦଳା ଜେଏମଏଫସି କୋର୍ଟ କୁ ଆଜି ଅବଗତ କରାଇଛି ପୋଲିସ। ଉକ୍ତ ଡିଜେ ଗାଡିର ମାଲିକ ବେଗୁନିଆପଡ଼ା ର ଟୁଲୁ ପ୍ରଧାନ ବୋଲି ସୂଚନା ମିଳିଛି। କୋର୍ଟ କଂ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
