You are currently viewing ସିଦ୍ଧ ବାଙ୍କେଶ୍ୱରୀ ପୀଠରୁ ଚୋରି।
ସିଦ୍ଧ ବାଙ୍କେଶ୍ୱରୀ ପୀଠରୁ ଚୋରି।

ଦିଗପହଣ୍ଡି ୧୪/୧୨
ଦିଗପହଣ୍ଡି ଥାନା ଅଞ୍ଚଳରେ ଲଗାତାର ଭାବେ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ଅଭିଯୋଗ ବ୍ୟାପକ ଭାବେ ବଢ଼ି ଚାଲିଛି। ଚୋର ଦଳ ପୁଲିସ୍ କୁ ଖୋଲାଖୋଲି ଭାବେ ଚାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି। ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳରୁ ମଧ୍ୟ ଚୋରି ହେଉଥିବା ଖବର ଆସୁଛି। ଏନେଇ ପୁଲିସ୍ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବୀ ହୋଇଥିଲେ ମଧ୍ୟ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିପରିନାହିଁ। ଶନିବାର ବିଳମ୍ୱିତ ରାତିରେ ଦିଗପହଣ୍ଡି ବ୍ଳକ୍ ବଡ଼ଡୁମୁଳା ସ୍ଥିତ ମାଁ ସିଦ୍ଧ ବାଙ୍କେଶ୍ୱରୀ ମନ୍ଦୀରରୁ ବଡ ଧରଣର ଚୋରି ହୋଇଥିବା ଜଣାପଡିଛି। ଚୋରମାନେ ମନ୍ଦିର ଗର୍ଭଗୃହ ଭିତରେ ପଶି ଦାନହୁଣ୍ଡି ଉଠାଇ ନେବା ସହ ମନ୍ଦିର ବିଭିନ୍ନ ମୂଲ୍ୟବାନ ଅଳଙ୍କାର ଓ ଜିନିଷ ପତ୍ର ଚୋରି କରିଥିବା ଜଣାପଡ଼ିଛି।
ରବିବାର ସକାଳୁ ପୂଜାରୀ ମାନେ ଆସି ଦେଖିଲା ବେଳେ ମନ୍ଦିର ଫାଟକ ଭାଙ୍ଗି ଚୋରି ହୋଇଥିବା ଦେଖି ପୋଲିସଙ୍କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିର ପରିସରରେ ସିସିଟିଭି ଥିଲେ ମଧ୍ଯ ତାହା ଅଚଳ ହୋଇଥିବା ଯୋଗୁଁ ଏହି ଚୋରି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇପାରିନାହିଁ।
ମନ୍ଦୀର ପରିଚାଳନା କମିଟିର ଅବହେଳା ପାଇଁ ଚୋରି ହୋଇଥିବା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ଏହାକୁ ଭକ୍ତମାନେ ଦୃଢ଼ ନିନ୍ଦା କରିବା ସହ ଚୋରୀ ସାମଗ୍ରୀ ଶୀଘ୍ର ଉଦ୍ଧାର କରିବା ପାଇଁ ପୁଲିସ୍ କୁ ଦାବୀ କରିଛନ୍ତି।, (ରିପୋର୍ଟ ଶିବ ପ୍ରସାଦ ରଥ)