ବେଲଗୁଣ୍ଠା,10/03, ଦ୍ୱିତୀୟ ବିବାହ କରି ଜଣେ ରସିକିଆ ସ୍ୱାମୀ ପୋଲିସ୍ ହାତରେ ବନ୍ଧା ହେବା ଘଟଣା ବେଲଗୁଣ୍ଠା ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲୁଣ୍ଡା ଗ୍ରାମର ସୁଶାନ୍ତ ଜେନା (25) ପ୍ରଥମେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ବୃନ୍ଦାବନ ପ୍ରଧାନଙ୍କ ଝିଅ ସସ୍ମିତା ପ୍ରଧାନକୁ ବିବାହ କରିଥିଲେ I ବର୍ତ୍ତମାନ ସସ୍ମିତାର ଏକ ତିନି ମାସର ଝିଅ ରହିଥିବା ବେଳେ ପୁଣି ସୁଶାନ୍ତ ବୁଗୁଡ଼ା ଅଞ୍ଚଳର ଅନ୍ୟ ଏକ ଝିଅକୁ ବିବାହ କରିଥିବା ଅଭିଯୋଗ ହୋଇଛି I ଏନେଇ ବେଲଗୁଣ୍ଠା ପୋଲିସ୍ ସୁଶାନ୍ତକୁ ଗିରଫ କରିବା ସହିତ କେଶ୍ ନମ୍ବର୍ 96/23 ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
