You are currently viewing ୧୨୪ କିଲୋ ଗଞ୍ଜେଇ ଜବତ, ଅଟୋ ସହ ଜଣେ ଗିରଫ ।
୧୨୪ କିଲୋ ଗଞ୍ଜେଇ ଜବତ, ଅଟୋ ସହ ଜଣେ ଗିରଫ ।

ସାନଖେମୁଣ୍ଡି 🙁 ଉପେନ୍ଦ୍ର ଦୋରା)୧୨/୦୪/୨୩
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ରବି ଗୌଡ଼ ମଙ୍ଗଳବାର ରାତ୍ର ସମୟରେ ଏକ ହଳଦିଆ ଅଟୋ ଯାହାର ନମ୍ବର OD 07AK 6817 ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପାଟପୁର ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି ।ସୂଚନା ଅନୁଯାୟୀ , ପାଟପୁର ପୋଲିସ ଜୁଆଣପଲ୍ଲୀ ଓ ଫାସିବନ୍ଦ ଗ୍ରାମ ଅଭିମୁଖେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଅଟୋ ଟି ଆସୁଥିବା ଦେଖି ସନ୍ଧେହ ରେ ଅଟୋଟିକୁ ଅଟକାଇ ପୋଲିସ ଏସ ଆଇ ମିଲନ ପ୍ରଧାନ ଓ ଅନ୍ୟ ଷ୍ଟାଫ ମାନେ ତଲାସୀ ନେଇଥିଲେ , ତଲାସୀ ବେଳେ ଅଟୋ ରେ ଥିବା ପ୍ରାୟ ୧୨୪ କିଲୋ ଗଞ୍ଜେଇ ଜବତ କରିଥିଲେ ଓ ଅଟୋ ଚାଳକ ରବି ଗୌଡ଼ ଙ୍କୁ ଗିରଫ କରି ପାଟପୁର ଥାନା କେସ ନମ୍ବର ୧୮୭/୨୩ ପ୍ରକରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଆସାମୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।