You are currently viewing ଅଙ୍ଗାରଗାଁ ର ଗରିବ ମୃତ୍ୟୁ ର ପର୍ଦାଫାଶ କଲା ପୋଲିସ,ଅପମୃତ୍ୟୁ ମାମଲା ରୁ ହେଲା ହତ୍ୟା କାଣ୍ଡ
ଅଙ୍ଗାରଗାଁ ର ଗରିବ ମୃତ୍ୟୁ ର ପର୍ଦାଫାଶ କଲା ପୋଲିସ,ଅପମୃତ୍ୟୁ ମାମଲା ରୁ ହେଲା ହତ୍ୟା କାଣ୍ଡ

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଗିଲିଣ୍ଡା ରାସ୍ତାର ବିଲ ଭିତରେ ଥିବା ଏକ ନନ୍ଦ କୂଅ ଭିତରୁ ଗରିବ ଦାଶ (୩୭) ଙ୍କ ମୃତ ଦେହ ପୋଲିସ ଓ ଅଗ୍ନିଶମ ବାହୀନିଙ୍କ ସହାୟତା ରେ ଉଦ୍ଧାର କରି 1/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ସୂଚନା ମୁତାବକ ମୃତ ଗରିବ ଦାଶ ର ଘର ଅଙ୍ଗାରଗାଁ ର ହରିଜନ ସାହିରେ । ବେଗୁନିଆପଡା ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଏ ଏସ୍ ଆଇ ସଂଗ୍ରାମ କେଶରୀ ଦେହୁରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିଲା ! ତଦନ୍ତ ରେ ବିଳମ୍ବ ଯୋଗୁଁ ବେଗୁନିଆପଡା ଥାନାରେ ଗରିବ ଙ୍କ ସମ୍ପର୍କୀୟ ଗରିବ କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ! ଏଥିସହ ଗଞ୍ଜାମ ଏସ ପି ଜଗନ ମୋହନ ମିନା ଓ ଏସ ଡି ପି ଓ ରଜନୀ କାନ୍ତ ସାମଲ ଙ୍କୁ ଗରିବର ସମ୍ପର୍କୀୟ ଓ ବାଉରୀ ଖଦାଳ ସମାଜ ବିକାଶ ମଞ୍ଚ ପକ୍ଷରୁ ମାର୍ଚ୍ଚ 18 ତାରିଖ ଦିନ ଏକ ଅଭିଯୋଗ କରିଥିଲେ ! ସେମାନଙ୍କ ଅଭିଯୋଗ ହେଲା ଗରିବ ଙ୍କୁ ହତ୍ୟା କରି କୂଅରେ ପକାଇ ଦିଆଯାଇଛି ! ଏହାପରେ ପୋଲିସ ର ତଦନ୍ତ ର ଦିଗ ବଦଳି ଯାଇଥିଲା ! ଥାନା ଅଧିକାରୀ ଙ୍କ ଠାରୁ ସୂଚନା ପ୍ରକାରେ ଉକ୍ତ କେଶ ଟି ନିଜେ ବେଗୁନିଆପଡା ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ହାତକୁ ନେଇ ତଦନ୍ତ ଜାରି ରଖିବା ସହ ଗରିବର ସ୍ତ୍ରୀ ସୁଦେଷ୍ଟା ଦାସ ଓ ଟ୍ରାକ୍ଟର ମାଲିକ ପଙ୍କଜ ଜେନା ଙ୍କ ମୋବାଇଲ ଟ୍ରକ କରି ସୁରାକ ପାଇବା ପରେ ସେମାନଙ୍କୁ ଗିରଫ କରି ଥିଲେ! ସୁଦେଷ୍ଠା ଓ ପଙ୍କଜ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ! ଏହାକୁ ନେଇ ଗରିବ ଓ ସୁଦେଷ୍ଠା ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା ! ଗରିବ କୁ ରାସ୍ତା ରୁ ହଟାଇବା ପାଇଁ ପଙ୍କଜ ଜାଲ ବିଛାଇଥିଲା ! ପଙ୍କଜ ଜାନୁୟାରୀ 29 ତାରିଖ ରାତିରେ ଗରିବ କୁ ଡ଼ାକିନେଇ ଗିଲିଣ୍ଡା ରାସ୍ତାରଥିବା ଦଲକା ମାଳ ବିଲ ଭିତରେ ଥିବା ନନ୍ଦ କୂପ ନିକଟକୁ ଯାଇଥିଲେ ! ସେଠାରେ ଉଭୟ ଙ୍କ ମଧ୍ୟରେ କଥାକଟାକଟି ହେବା ପାରେ ପଙ୍କଜ ଗରିବ କୁ ଧକିୟା ମାରି କୂଅ ମଧ୍ୟକୁ ଠେଲି ଦେଇ ଥିଲା ! ଏହାପରେ ଗରିବ ଉପରକୁ ପଥର ପକାଇ ମାରିଥିଲା ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ! କୂଅରେ ପଡିବା ପରେ ଗରିବ ନିଜ ସ୍ତ୍ରୀ କୁ ଫୋନ କରି ସମସ୍ତ ଘଟଣା କହି ଥିଲେ ମଧ୍ୟ ସୁଦେଷ୍ଠା ପଙ୍କଜ କୁ ସମର୍ଥନ କରିଥିଲା ! ଏ ସମସ୍ତ ଖବର ପଙ୍କଜ ଓ ସୁଦେଷ୍ଠା ଠାରୁ ପାଇବା ପରେ ଗୁରୁବାର ଦିନ ବେଗୁନିଆପଡା ଥାନା ଅଧିକାରୀ ଉକ୍ତ କୂଅ ନିକଟରେ ପହଂଚି କୂଅ ରୁ ଗରିବ ର ମୋବାଇଲ, ଦୁଇଟି ପଥର ଓ ଏକ କାଠ କୁ ଜବତ କରିଥିଲେ ! ଆଜି ଉଭୟ ଙ୍କୁ ଗିରଫ କରି 99/23 ରେ ଏକ ହତ୍ୟା ମାମଲା ରୁଜୁ କରି ଉଭୟ ଙ୍କୁ କୋର୍ଟ ଚଲାଣ କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି !