You are currently viewing ଗାଙ୍ଗଦହଣି ଗ୍ରାମପଞ୍ଚାୟତ ରେ ମିଥ୍ୟା ବିଲ୍ ଭାଉଚର ଦର୍ଶାଇ ଟଙ୍କା ଆତ୍ମସାତ କୁ ଅପପ୍ରଚାର ବୋଲି କହିଛନ୍ତି ସରପଞ୍ଚ ଓ ପିଇଓ ,
ଗାଙ୍ଗଦହଣି ଗ୍ରାମପଞ୍ଚାୟତ ରେ ମିଥ୍ୟା ବିଲ୍ ଭାଉଚର ଦର୍ଶାଇ ଟଙ୍କା ଆତ୍ମସାତ କୁ ଅପପ୍ରଚାର ବୋଲି କହିଛନ୍ତି ସରପଞ୍ଚ ଓ ପିଇଓ ,

ଗାଙ୍ଗଦହଣି ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ଓ ଗ୍ରାମ ବାସୀ ପୁରୁଷୋତ୍ତମପୁର ବିଡ଼ିଓ ଙ୍କ ଅଫିସ କୁ ଆସି ଦରଖାସ୍ତଦେଇଛନ୍ତିଯେ, ଆମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ସୁଚାର ରୂପେ ଆସୁନାହାନ୍ତି । ଏବଂ ମାସିକ ମିଟିଂ କ୍ରମାଗତ ଭାବେ କରୁନାହାନ୍ତି । ୱାର୍ଡ ସଭ୍ୟ ସଭ୍ୟାମାନଙ୍କୁ ସରକାରଙ୍କ ଠାରୁ ଆସୁଥିବା ଅନୁଦାନ ଓ ଖର୍ଚବିବରଣୀଉପରେକୌଣସି ହିସାବ ବିବରଣୀ ନଦେଇ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କ ମନମୁତାବକ ବକ କାର୍ଯ୍ୟକରି ଆସୁଛନ୍ତି ଯାହାଫଳରେ ଆମେ ଏକ ଅନ ଲାଇନ ରିପୋର୍ଟ ମାଧ୍ଯମ ରେଜାଣିବାକୁପାଇଛୁକିପିଇଓ ମିଥ୍ୟା ବିଲ୍ ଭାଉଚର କରି ଲକ୍ଷ, ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ପଞ୍ଚାୟତପାଇଁ କୌଣସି ସାମଗ୍ରୀ କିମ୍ବା ଜିନିଷ କ୍ରୟ କରାଯାଇନାହିଁ କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଣ କରାଯାଇଛି ବୋଲି ଅଭିଯୋଗ ଉପରେ
ପିଇଓ ଭଜ କୃଷ୍ଣ ସାହୁ, କହି ଛନ୍ତି କି ସେମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ଓ କପୋଳ କଳ୍ପିତ ଓ ମନଗଢା ବୋଲି କହିଛନ୍ତି | ତେବେ ସେହିଁ ମତ ଦେଇଛନ୍ତି ସରପଞ୍ଚ ଦୀନବନ୍ଧୁ ଦାସ | ପିଇଓ ଙ୍କ କହିବା କଥା କିଛି ଲୋକ ଯେଉଁ ଅଭିଯୋଗ କରିଛନ୍ତି ଯେ ଟଙ୍କା ପ୍ରକୃତ ରେ ଉଠାଯାଇଛି ,କିନ୍ତୁ ମିଥ୍ୟା ଭାଉଚର କରି ନୁହଁ, ପ୍ରକୃତ ରେ ରାଜ୍ୟ ସରକାର ଙ୍କ ଗାଇଡ଼ ଲାଇନ ଅନୁସାରେ ପଞ୍ଚାୟତ ପାଇଁ ଦରକାର ପଡୁଥିବା ସାମାନ ଯଥା ଇନଭଟର,ୟୁପିଇସ,ପାଇଁ 70ହଜାରଟଙ୍କା, ଚେୟାର ଟେବୁଲ, 1ଲକ୍ଷ 32 ହଜାର, ବ୍ଲିଚିଙ୍ଗପାଇଁ 20ହଜାରଟଙ୍କା ଓଜନ ମିସିନ, 10ହଜାର ଟଙ୍କା, ବର୍ଜ୍ୟ ଵସ୍ତୁ କାଢ଼ିବା ଟ୍ରଲି,2ଗୋଟି ନିମନ୍ତେ 18 ହଜାର,ସାନିଟା୍ରାଇସେନ କୀଟ, 11ହଜାର ତାସହିତ ବଡ଼ ଡଷ୍ଟ ବିନ ନିମନ୍ତେ 70 ହଜାର ଟଙ୍କାର ସବୁ କର ( ଜିଏସଟି )ସହିତ ଅନ୍ୟାନ୍ୟ ସାମାନ କିଣା ଯାଇଥିବାଏବଂ ସାମାନ, ସବୁ ବ୍ରହ୍ମପୁରର ଗଣେଶଇଣ୍ଟରପ୍ରାଇଜେସ ,ଦୋକାନରେ ବିଲ ଉପରେ ସାମାନଅଡରହୋଇଯାଇ ଥିଲେ ମଧ୍ୟ ଡେଲିଭେରି ରେ ଅସୁବିଧା ଯୋଗୁଁ ଆସି ତାହା ଆସି ପାରିନାହିଁ | କିନ୍ତୁ ଏଇ ଦିନେ ଦୁଈ ଦିନ ମଧ୍ୟରେ ତାହା ଆସିଯିବ ବୋଲି ପଞ୍ଚାୟତ ପିଇଓ କହିଛନ୍ତି |

ତେବେ ସେ ଆଉ ଗୋଟିଏ କଥା କହିଛନ୍ତି ଯେ ଯେଉଁ ମାନେ ଆସି ଆମ ବିରୁଦ୍ଧରେ ଯେଉଁ ଅଭିଯୋଗ କରିଛନ୍ତି ସେହି ବିରୋଧୀବ୍ୟକ୍ତି ଗୌତମ ଭୂୟାଁ, ଦେବରାଜ ଭୂୟାଁ, ଯାନୀ ପଣ୍ଡା, ଡାକ ଭୂୟାଁ, ନିତା ଭୂୟାଁ, ରବି ବେହେରା,ହୁଣ୍ଡାତ ୟୁପି ସ୍କୁଲର ରୋଷେଇ ଘର ପାଇଁ ବିଲ ହୋଇ ଥିଲେ ମଧ୍ୟ ଆସିଥିବା ବ୍ୟକ୍ତି ମାନେ ଏହାକୁ ଫଲସ ବୋଲି କହିଛନ୍ତି | କିନ୍ତୁ ଯେଇ ଦୁଈ ଲକ୍ଷ ଟଙ୍କା ର ବିଲ ସେ ନିଜେ କରିଛନ୍ତି ଯାହାର ଏଲ ଜି ଡ଼ି ନଂ ହେଉଛି,117934 ସରପଞ୍ଚ ଓ ପିଇଓ ଙ୍କୁ ବଦ ନାମ କରିବା ପାଇଁ ସେମାନଙ୍କ ଏହାଏକ ଷଡ଼ଯନ୍ତ୍ର ଓ ମିଥ୍ୟା କପୋଳ କର୍ପିତ, କାର୍ଯ୍ୟକ୍ରମ ବୋଲି କହିଛନ୍ତି | ସେମାନେ ଆହୁରି କହିଛନ୍ତି ଯେ ଯଦି ଏହା ଉପରେ ଯେକୌଣସି ତଦନ୍ତ ହେବ ସେମାନେ ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି | (ରିପୋର୍ଟ ପ୍ରସନ୍ନ କୁମାର ଦାସ)