ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଙ୍କିଆ ଥାନା ପୋଲିସ ଗତ 16 ତାରିଖ ସନ୍ଧ୍ୟାରେ ବହାଦା ଛକରେ ଚଢ଼ାଉ କରି ଏକ ବୋଲେରୋ ପିକ୍-ଅପ୍ ଗାଡ଼ିରୁ 380 କାର୍ଟୁନ୍ ତଥା ପ୍ରାୟ 1,900 ଲିଟର ଆସ୍କା-40 ବିଦେଶୀ ମଦ ଜବତ କରିଛି। ଗାଡ଼ି ସହ ଡ୍ରାଇଭର ଖୋର୍ଦ୍ଧା ଟାଉନ୍ ତାରତୁଆର ଦେବାଶିଷ ପଣ୍ଡା (27)ଙ୍କୁ ଗିରଫ କରାଯାଇଛି. ଜବତ ମଦର କୌଣସି ବୈଧ କାଗଜପତ୍ର ନଥିଲା। ଓଡ଼ିଶା ଅବକାରୀ ଆଇନ ଧାରା 52(a)(i) ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି.
