You are currently viewing ମାର୍ବଲ ଓ ଟାଇଲ୍ସ ଦୋକାନରେ ଜିଏସଟି ଚଢ଼ଉ
ମାର୍ବଲ ଓ ଟାଇଲ୍ସ ଦୋକାନରେ ଜିଏସଟି ଚଢ଼ଉ

ସୁନ୍ଦରଗଡ଼,
ସୁନ୍ଦରଗଡ଼ ବଡ଼ପତ୍ରାପାଲିରେ ଥ‌ିବା ଏକ ମାର୍ବଲ ଓ ଟାଇଲ୍ସ ଦୋକାନରେ ଜିଏସ୍‌ଟି ଚଢ଼ଉ ହେବା ଓ ଘଟଣା ବ୍ୟବସାୟୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚଢ଼ଉ ଦୀର୍ଘ ସମୟ ଧରି ଚାଲିଥିବା ବେଳେ ଉକ୍ତ ଦୋକାନରୁ କାଗଜପତ୍ର, କମ୍ପ୍ୟୁଟରରେ ଥ‌ିବା ସମସ୍ତ ତଥ୍ୟ ଜିଏସଟି ଦଳ ଜବତ କରିଥିବା ଜଣାପଡ଼ି । ବିଭାଗୀୟ ସୂତ୍ରରୁ ପ୍ରକାଶ, ଝାରସୁଗୁଡ଼ା ଜିଏସ୍‌ ଏନଫୋର୍ସମେଣ୍ଟ ବିଭାଗର ଡେପୁଟି କମିଶନର ସତୀଶ ଜାଲଙ୍କ ନେତୃତ୍ବରେ ୧୫ଜଣିଆ ଦଳ ଉକ୍ତ ଟାଇଲସ ଓ ମାର୍ବଲ ଦୋକାନ ଉପରେ ଚଢ଼ଉ କରିଥିଲେ । ଏହି ଦଳ ନିଜର ଯାଞ୍ଚ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରଖୁଥିଲେ ହେଁ ପ୍ରକୃତପକ୍ଷେ କେତେ ଟଙ୍କାର ଜିଏସ୍‌ ଠକେଇ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।