You are currently viewing ବେଆଇନ ମଦ ଧରପଗଡ଼ ଓ ଆଦିବାସୀ ଙ୍କୁ ଗିରଫ ପ୍ରତିବାଦ ରେ ଆଦିବାସୀ ମେଳି,ଗିରଫ ଦୁଇ ଜଣ କୁ ଖଲାସ ପାଇଁ ଧନୁତୀର ଧରି ଖଲ୍ଲିକୋଟ ଥାନା ଘେରାଉ, ପୋଲିସ ସହ ଧସ୍ତା ଧସ୍ତି |ମଦ ବିକ୍ରି ବନ୍ଦ ବଦଳରେ ପ୍ରତି ପରିବାର ର ଜଣକୁ ଚାକିରି ଦାବି
ବେଆଇନ ମଦ ଧରପଗଡ଼ ଓ ଆଦିବାସୀ ଙ୍କୁ ଗିରଫ ପ୍ରତିବାଦ ରେ ଆଦିବାସୀ ମେଳି,ଗିରଫ ଦୁଇ ଜଣ କୁ ଖଲାସ ପାଇଁ ଧନୁତୀର ଧରି ଖଲ୍ଲିକୋଟ ଥାନା ଘେରାଉ, ପୋଲିସ ସହ ଧସ୍ତା ଧସ୍ତି |ମଦ ବିକ୍ରି ବନ୍ଦ ବଦଳରେ ପ୍ରତି ପରିବାର ର ଜଣକୁ ଚାକିରି ଦାବି

ଖଲ୍ଲିକୋଟ ; 18/2 ଗତ ଦୁଇ ଦିନ ତଳେ ଖଲ୍ଲିକୋଟ ପୋଲିସ ଖଲ୍ଲିକୋଟ ଥାନା ର ଆଦିବାସୀ ଅଧ୍ୟୁଷିତ ପଂଚାୟତ ବାଦପଲ୍ଲୀ ପଂଚାୟତ କମ|ରସିଙ୍ଗି ଗ୍ରାମରେ ବିପୁଳ ପରିମାଣ ର ବେଆଇନ ମହୁଲି ମଦ ରାନ୍ଧି ଜିଲ୍ଲା ଓ ଜିଲ୍ଲା ବାହାରକୁ ପଠାଯାଉଥିବା ଖବର ପାଇ ଖଲ୍ଲିକୋଟ ପୋଲିସ ଅଚାନକ ଗ୍ରାମରେ ଥିବା ବେଆଇନ ମଦ ଭାଟି ଉପରେ ଚଢ଼ାଉ କରି ବିପୁଳ ପରିମାଣ ର ମହୁଲି ମଦ ଓ ମଦ ତିଆରି ସରଞ୍ଜାମ ନଷ୍ଟ କରିବା ସହ ଚାରି ଜଣ ଆଦିବାସୀ ଙ୍କୁ ଥାନାକୁ ଆଣି ଦୁଇ ଜଣକୁ ଛାଡି ଦେଇଥିଲା |ଅନ୍ୟ ଦୁଇ ଜଣ ଆଦିବାସୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରଥିଲା |ଏହି ଖବର ପ୍ରସାରିତ ହେବା ପରେ ଶନିବାର ଦିନ ଆଦିବାସୀ ପୁରୁଷ ଓ ମହିଳା ମାନେ ହାତରେ ପାରମ୍ପରିକ ଅସ୍ତ୍ର ଧନୁ, ତୀର ଓ ଟାଙ୍ଗିଆ ଧରି ଖଲ୍ଲିକୋଟ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଭିତରେ ପଶିବା ପାଇଁ ଉଦ୍ୟମ କରିବା ସମୟ ରେ ପୋଲିସ ଓ ଉତ୍ୟକ୍ତ ଆଡବାସୀ ଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା |ଆଗାମୀ 24 ଘଣ୍ଟା ମଧ୍ୟ ରେ ଦୁଇ ଆଦିବାସୀ ଙ୍କୁ ବିନା ସର୍ତ୍ତ ରେ ଖଲାସ କରିବା ପାଇଁ ଦାବି କରିଥିଲେ |ଦୁଇ ଘଣ୍ଟା ଧରି ପୋଲିସ ଓ ଆଦିବାସୀ ମଧ୍ୟ ରେ ଠେଲା ପେଲା ଲାଗି ରହିଥିବା ବେଳେ ପୋଲିସ ର ବୁଝା ସୁଝା ପରେ ଆଦିବାସୀ ମାନେ ଥାନା ସମ୍ମୁଖରୁ ହଟିଥିଲେ |.

ଆଦିବାସୀ ମାନେ ଗଣମାଧ୍ୟମ କୁ ସୂଚନା ଦେଇ ଆଦିବାସୀ ମାନେ ପୁରୁଷ|ନୁକ୍ରମେ ମଦ ରାନ୍ଧିବା ଓ ବିକିବା ଗଡି ଚାଲିଛି |ଯଦି ସରକାର ବେଆଇନ ମଦ ରାନ୍ଧିବା ଓ ବିକିବା ବନ୍ଦ କରିବେ ତାହେଲେ ସରକାର ପ୍ରତି ଆଦିବାସୀ ପରିବାର ରୁ ଜଣକୁ ସରକାରୀ ଚାକିରୀ ଦେବା ପାଇଁ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ | (ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )