ଭିଜିଲାନ୍ସ ଜାଲରେ ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ
ବ୍ରହ୍ମପୁର,୧୭/୧୨/୨୨/ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ୍ ମହେନ୍ଦ୍ରଗଡ ସ୍ଥିତ ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ସରକାରୀ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସର ଚଢାଉ । ସୂଚନା ଯୋଗ୍ୟ କି ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଧେଶ କ୍ରମେ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଆଜି ଭିଜିଲାନ୍ସର ୫ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି ।
ବ୍ରହ୍ମପୁର ସ୍ଥିତ ଗୋପବନ୍ଧୁ ନଗର ଏବଂ ଜ୍ୟୋତି ନଗରରେ ମଧ୍ୟ ଏକ କାଳୀନ ୩ ଟି ସ୍ଥାନରେ ଚଢ଼ାଉ ଜାରୀ ରହିଛି । ତେବେ କେତେ ପରିମାଣର ସଂପତ୍ତି ଠାବ ହୋଇଛି ତାର ଆକଳନ ହୋଇନଥିବା ବେଳେ, ସମସ୍ତ ପ୍ରକାର କାଗଜପତ୍ର ଓ କ୍ୱାଟରରେ ଥିବା ଜିନିଷପତ୍ର ସମେତ ନଗତ ୨ଲକ୍ଷ ୭୨ହଜାର ଟଙ୍କା ଏବଂ ୩୪୫ଗ୍ରାମ ସୁନା ଜବତ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ । ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ ଇନ୍ସପେକ୍ଟର, ୨ ଏଏସଆଇ ସହ ଅନ୍ୟ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି ।
