ବ୍ରହ୍ମପୁର, ୩୦/୧୧/୨୨/: ଡକାୟତି ଉଦ୍ୟମ ବେଳେ ତିନି ଜଣ ଡକାୟତକୁ ଗିରଫ କରିଛି ସଦର ଥାନା ପୁଲିସ । ସେମାନେ ହେଲେ ବ୍ରହ୍ମପୁର ଝରଣା ନଗରର ଶଙ୍କର ଦାସ, ଲାଠି ବନ୍ଧସାହି ର ରଂଜିତ ସାହୁ,ଲାଠି ଗୌଡ଼ ସାହିର ସାଇ କିରଣ ଗୌଡ଼ । ଏମାନଙ୍କୁ ପୁଲିସ କେସ ନଂ ୫୮୦/୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ରାତ୍ର ସାଢ଼େ ୩ଟା ବେଳେ ସଦର ଥାନା ପୁଲିସ ଲାଠି ରୋଡ଼ରେ ପେଟ୍ରୋଲିଙ୍ଗ କରିବା ସମୟରେ ଲାଠି ମଣ୍ଡପ ନିକଟରେ ତିନି ଜଣ ଯୁବକ ବସି ଉକ୍ତ ରାସ୍ତା ରେ ଯିବା ଆସିବା କରୁଥିବା ଗାଡି ଗୁଡିକରୁ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ସେହିସମୟରେ ପେଟ୍ରୋଲିଙ୍ଗ କରୁଥିବା ଗାଡ଼ି ସେଠାରେ ପହଞ୍ଚି ଚଢ଼ାଉ କରିଥିଲା । ଡକାୟତି ମାନେ ପୋଲିସ ଉପରକୁ ହାତ ତିଆରି ବୋମା ଫିଙ୍ଗି ଖସିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଟିମ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ପରେ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିଲା । ପଚରାଉଚାର ବେଳେ ସେମାନେ ଡକାୟତ କରିବାକୁ ଯୋଜନା କରୁଥିବା ପୁଲିସ ନିକଟରେ କହିଥିଲେ । ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା । ଗିରଫ ବେଳେ ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଲୁହା ରଡ଼, ଦୁଇଟି ଖଣ୍ଡା,ଦୁଇଟି ହାତ ତିଆରି ବୋମା ଓ ଟର୍ଚ୍ଚ ଲାଇଟକୁ ଜବତ କରିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି ।
