You are currently viewing କାଜୁ ବ୍ୟବସାୟୀ ଙ୍କୁ ଦାଦା ବଟିମାଗି ୪ଜଣ ଗିରଫ
କାଜୁ ବ୍ୟବସାୟୀ ଙ୍କୁ ଦାଦା ବଟିମାଗି ୪ଜଣ ଗିରଫ

ଛତ୍ରପୁର ତା ୨୩/୧୨/୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର କାଜୁ ବ୍ୟବସାଇ ପଦ୍ମ ଲୋଚନ ପଣ୍ଡା ନିଜ ଘରକୁ ଫେରୁଥିବା ସମୟ ରେ ସୁନ୍ଦରପୁର ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଅଟକାଇ ଦାଦା ବଟି ମାଗିଥିଲେ ସେହି ସମୟ ରେ ସେ କୌଶଳ କ୍ରମେ ଘରକୁ ଚାଲିଯାଇଥିଲେ ସେହି ଅସାମାଜିକ ବ୍ୟକ୍ତି ମାନେ ତାଙ୍କ ଘର ନିକଟକୁ ଯାଇ ମାରଣାସ୍ତ୍ର ଦେଖାଇ ତାଙ୍କ ଗାଡି ଭାଙ୍ଗିଥିଲେ ପଦ୍ମଲୋଚନ ପଣ୍ଡା ଛତ୍ରପୁର ଥାନାକୁ ଆସି ଅଭିଯୋଗ କରିବା ପରେ କେଶ ନମ୍ବର ୭୮୧/୨୫ଛତ୍ରପୁର ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ ତାଙ୍କ ଟିମ ପଠାଇ ଚାରି ଜଣ ଅଭିଯୁକ୍ତ ଗିରଫ କରିଥିଲେ ସେମାନେ ହେଲେ ପ୍ରତାପ ନାହାକ(ସୁନ୍ଦରପୁର), କେ. ଲବ ପାତ୍ର, ବିଜୁ ଦାସ, ଗଣେଶ ବେହେରା (ବଳରାମପୁର) ମୋଟ ୪ଜଣ ଆସାମୀ କୁ ଗିରଫ କରିଛି ସେମାନଙ୍କ ଠାରୁ ଏକ ଖଣ୍ଡା ଜବତ କରିଛି ପୋଲିସ ଓ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଛତ୍ରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି