ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଗୁଣା ପଲି ଗାଁ ରେ ଏକ ଛୋଟିଆ ଘଟଣା କୁ ନେଇ ଗାଁରେ ଗୋଟିଏ ପରିବାର ତଥା ତାଙ୍କ ମାମୁଁଙ୍କୁ ମଧ୍ୟ ଗାଁରେ ବାସନ୍ଦ ରଖି ନିର୍ଯ୍ୟାତନା ଦେଉଥିଲେ | 30 ହଜାର ଅର୍ଥ ଦଣ୍ଡ ଦେଲେ ସମାଧାନ ହେବ ବୋଲି ଗାଁ ଲୋକେ କହିଥିଲେ ସେହି ଗାଁ ର ପ୍ରଫୁଲ ନାହକ, ତାଙ୍କ ସ୍ତ୍ରୀ ପ୍ରମିଳା ନାହକ, ଦୁଇପୁଅ ଚରଣ ନାହକ , ଯୁଧିଷ୍ଠିର ନାହକ ଏବଂ ଝିଅ ଆରତୀ ନାହକ ଙ୍କୁ ଏହି ଘଟଣା ଘଟିଥିଲା ଚଳିତ ମାସ ଫେବୃୟାରୀ ମାସରେ ଏହାପରେ ପୁଅ ଯୁଧିଷ୍ଠିର ସେହିମାସ 16 ତାରିଖରେ ଥାନାରେ ଏଫଆର ଦେଇଥିଲେ | ପୋଲିସ ଏଫଆର ପରେ ସେହି ଗାଁ କୁ ଯାଇ ଘଟଣା କୁ ଅନୁସନ୍ଧାନ କରି 6 ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା | ତେବେ ପୋଲିସ ର ଉପସ୍ଥିତି ବୁଦ୍ଧି ଯୋଗୁଁ ଉଭୟ ପକ୍ଷକୁ ଥାନାକୁ ଡ଼ାକି ଆପୋଷ ସମାଧାନ କରିବା ପାଇଁ ଥାନା ନିକଟ ଜଗନ୍ନାଥ ଙ୍କ ମନ୍ଦିର ପ୍ରାଙ୍ଗଣରେ ବୈଠକ ବସି ଆପୋଷ ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇ ଉଭୟେ ଉଭୟଙ୍କ ସହିତ ହାତ ମିଶାଇ ଶାଗୁଣା ପଲ୍ଲୀକୁ ଫେରିଥିଲେ | ତେବେ ଗ୍ରାମବାସୀ ଙ୍କ ମନ ରେ କେବଳ ପ୍ରତିଶୋଧ, ଅର୍ଥ ଆଦାୟ କରିବା ଲକ୍ଷ ରହିଥିଲା | କିଛି ବ୍ୟକ୍ତି ଆକ୍ରୋଶ ମୂଳକ ଭାବେ କଣ୍ଟା ବାଡ ରେ ଲୁଗାପକାଇ କଳି କରିବା ଉଦେଶ୍ୟ ରେ ପ୍ରଫୁଲ ନାହକ, ଓ ତାଙ୍କ ପରିବାର ଉପରେ ରାଗ ସୁଝାଇ ବାକୁ ପୁଣି ଅର୍ଥ ମାଗିଥିଲେ | କିନ୍ତୁ ପୋଲିସ ଉପସ୍ଥିତି ରେ ସମାଧାନ ହୋଇଥିବା ଘଟଣା ରେ କିପରି ଏତେ ଅର୍ଥ ସେମାନେ କେଉଁଠୁ ଆଣିବେ ବୋଲି ଯୁଧିଷ୍ଠିର କହିଥିଲା ପରେ ସେମାନେ ପ୍ରଫୁଲ ଙ୍କ ଘରେ ପଶି ସମସ୍ତି ଙ୍କୁ ମରଣା ନ୍ତକ ଆକ୍ରମଣ କରି ଥିଲେ | ଏବଂ ଗ୍ରାମରେ ରହିଲେ ସମ୍ପୂର୍ଣ ଭାବେ ସମସ୍ତଙ୍କୁ ମାରିଦେବୁ କହି ଥିଲେ | ମୁର୍ମୁଷ ଅବସ୍ଥାରେ ସେମାନେ ଏକ ଅସମ୍ବୁଲାନ୍ସ କୁ ଡ଼ାକି ପ୍ରଥମେ ଭାଟ କୁମରଡ଼ା ଓ ପରେ ବ୍ରହ୍ମପୁର ମେଡିକାଲ କୁ ନିଆ ଯାଇ ଥିଲା | ତେବେ ଵର୍ତମାନ ସେମାନେ ବର୍ତମାନ ଗାଁ ବାହାରେ ଆତଙ୍କିତ ଭାବେ ରହି ଛନ୍ତି | ତେବେ ଗତ 2 ତାରିଖ ରେ ଏହି ଘଟଣା ପରେ 4ତାରିଖ ରେ ଯୁଧିଷ୍ଠିର ପୁରୁଷୋତ୍ତମପୁର ଥାନା ରେ ଏଫଆର ଦେଲା ପରେ ପୋଲିସ 9 ଜଣଙ୍କ ନାମରେ ମାମଲା ରୁଜୁ କରିଛି | ଏହା ପୂର୍ବରୁ ଥାନା ର ଏସ୍ଡ଼ିପିଓ ଓ ଆସି ଆଇ ଆଇସି ମିଳିତ ଭାବେ ସେହି ଗ୍ରାମରେ ଆମ ପୋଲିସ ବୈଠକ କରି ସେହି ଗ୍ରାମକୁ ପୁରସ୍କୃତ କରିବାର ଲକ୍ଷ ଆଜି ସମ୍ପୂର୍ଣ ଭାବେ ଗାଁ ଲୋକେ ନଷ୍ଟ କରିଦେଲେ | ଏବଂ ନିଜେ ଖାଲ ରେ ପଡିଗଲେ | ତେବେ ପ୍ରଫୁଲ ଙ୍କ ପରିବାର ଅନ୍ୟ ସ୍ଥାନରେ କେତେ ଦିନ କିପରି ଆତଙ୍କିତ ଓ ଅସୁବିଧା ରେ ରହିବେତାହାହିଁ ସମୟ କହିବ | ରିପୋର୍ଟ ପ୍ରସନ୍ନ କୁମାର ଦାସ
