ବାଲିଗୁଡା ,ତା,୧୬ /୦୩ (ସଞ୍ଜୟ କୁମାର ପାଣିଗ୍ରାହୀ) ଶାନ୍ତି ଶୃଙ୍ଖଳା ର ସହ ହୋଲି କୁ ପାଳନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଥିବା ସତ୍ବେ ନଦୀରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ହୋଇଥିବା ବେଳେ ଜଣେ ଗୁରୁତର ୪ ଜଣ ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଏ ନେଇ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ବେଳେ ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ ହୋଲି କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ପୁଲିସ ପକ୍ଷରୁ ପେଟ୍ରୋଲିଂ କରିବା ସହ ମଦୁଆ ବାଇକ ଚାଳକ ଙ୍କ ଉପରେ ରଖିଥିଲା କଡା ନଜର । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶାନ୍ତି ଶୃଙ୍ଖଳା ର ସହ ହୋଲି ଖେଳ ସାରି ଘରକୁ ଫେରି ଥିଲେ ପୁଲିସ ଶାନ୍ତି ଶୃଙ୍ଖଳା ର ସହ ହୋଲି ଖେଳ ସାରିଥିବା ନେଇ ଆଶ୍ଵସ୍ତି ପ୍ରକାଶ କରିଥିବା ବେଳେ । ଗୋଇବନ୍ଧ ନିକଟ ଖଡଗ ନଦୀର କୂଳ ରେ ବଗାଡ ଗାଁ ର କିଛି ଯୁବକ ଭୋଜି କରୁଥିବା ବେଳେ ଦଣ୍ଡ ପଦର ଗାଁ ର କିଛି ଯୁବକ ସେଠାକୁ ଗାଧେଇବାକୁ ଯାଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣ କୁ ନେଇ କଥା କଟା କଟି ପରେ ହାତାହାତି ହୋଇଥିଲେ ଏଥିରେ ମହାସିଙ୍ଗ ଗ୍ରାମର ବୁଟୁଲୁ ପାତ୍ର ଗୁରୁତର ହୋଇ ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ତାନାନ୍ତରିତ ହୋଇଛି ଏ ନେଇ ବୁଟୁଲୁ ର ଭାଇ ବାଲିଗୁଡା ଥାନାରେ ଏକ ଏତଲା ଦେଇଛି ତାଙ୍କ ଭାଇକୁ ଦଣ୍ଡପଦର ଗ୍ରାମର ୧୫ ଜଣ ଯୁବକ ମରଣାନ୍ତମକ ଆକ୍ରମଣ କରିଥିଲେ ଏ ନେଇ ବାଲିଗୁଡା କେଶ ନଂ. ୭୮/୨୫ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ଯୁଗଲ ନାୟକ ତଦନ୍ତ କରୁଛନ୍ତି , ସେହି ପରି ଦଣ୍ଡପଦର ଗ୍ରାମର ଯୁବକ ଗାଧେଇ ବେଳେ ମହାସିଙ୍ଗ ଗ୍ରାମର ୨୫ ରୁ ୩୦ ଯୁବକ ତାଙ୍କୁ ଗାଳି ଗୁଲଜ ସହ ଆକ୍ରମଣ କରିଥିଲେ ତାଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି ସେ ନେଇ ଦଣ୍ଡପଦର ଗ୍ରାମର ମିଲୁ ନାୟକ ଏକ ଏତଲା ଥାନାରେ ଦେଇଛନ୍ତି l ଏ ନେଇ କେଶ ନଂ. ୭୯ /୨୫ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ଏହି ମାମଲାର ତଦନ୍ତ ଭାର ନେଇ ଥିବା ଜଣାପଡିଛି । ଏହି ଘଟଣା ପରେ ମହାସିଙ୍ଗି ଓ ଦଣ୍ଡପଦର ଗ୍ରାମ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଥିବା ଜଣାପଡିଛି ।

ହୋଲି ଖେଳି ସାରିବା ପରେ ନଦୀରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ,ଦୁଇଟି ମାମଲା
- Post author:Prafulla Sabat
- Post published:March 17, 2025
You Might Also Like

ବନ୍ଥପଲ୍ଲୀ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ୨ ଗିରଫ

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟକଳାପ

ଛାମୁଣ୍ଡା ଗ୍ରାମରେ ଘର ଭିତରୁ ସ୍ୱାମିର ମୃତଦେହ ଉଦ୍ଧାର ଥାନାରେ ଲିଖିତ ଅଭିଯୋଗ ଦେଲେ ସ୍ତ୍ରୀ l

ବାହାର ରାଜ୍ୟକୁ ବେଆଇନ ଗଂଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ, ୫୫ କିଲୋ ଗଂଜେଇ, ଗୋଟିଏ ବାଇକ, ୩ଟି ଚାରି ଚକିଆ ଗାଡି ଓ ୮ଟି ମୋବାଇଲ ଫୋନ ଜବତ, ୬ ଜଣ ଗିରଫ

ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ

ପୁରୁଣା ଓ୍ବାରେଣ୍ଟ ବଳରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୋଦଳା ପୋଲିସ

ଚୋରି ଉଦ୍ୟମ ବେଳେ ବନ୍ଧୁକ ସହ ଜଣେ ଗିରଫ

ମଦ୍ଯପ ସ୍ବାମୀର ଉନ୍ମକ୍ତ କାଣ୍ଡ : ସ୍ତ୍ରୀକୁ ଜୀବନରେ ମାରିବାକୁ ପ୍ରୟାସ , ପୋଲିସରେ ଜିମା ଦେଲେ ଗ୍ରାମବାସୀ

ରେଞ୍ଜର ବଙ୍ଗଳା ସାହି ରେ ସିରିଜ୍ ବୋମା ବିସ୍ଫୋରଣରେ ଜଣେ ଆହତମୁଖ୍ୟ ଅଭିଯୁକ୍ତ ଗିରଫ

ରେଡି ସଂଘ ବୈଠକରେ ଗାଳି ଗୁଲଜ ସହ ଧମକ ହୋଇଥିବା ନେଇ ଥାନାରେ ମାମଲା ରୁଜୁ

ପୁରୁଷୋତ୍ତମପୁର ରଥ ସାହି ଛକରେ ପୁଣି ଚୋର ସକ୍ରିୟ, ଜଣଙ୍କ ଚାହା ଦୋକାନ ରୁ ତାଲା ଭାଙ୍ଗି ଲୁଟିନେଲା ଚୋର,
