You are currently viewing ୨୦ ଲିଟର ମଦ ଜବତ, ୨ ଗିରଫ
୨୦ ଲିଟର ମଦ ଜବତ, ୨ ଗିରଫ

:ଖୋର୍ଦ୍ଧା ଅବକାରୀ ଏସପି ଶ୍ରୀମତୀ ସୁମତି ତ୍ରିପାଠୀ ଙ୍କ ନିର୍ଦେଶକ୍ରମେ ବାଲୁଗାଁ ଅବକାରୀ ନୀରିକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ସନ୍ଧ୍ୟାରେ ବାଣପୁର ଥାନା ଅନ୍ତର୍ଗତ ନାରଣଦେଇପୁର ଓ ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଚଢ଼ଉ କରି ୨୦ ଲିଟର ମଦ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଜବତ ମଦର ମୂଲ୍ୟ ୪ହଜାର ୭୫୦ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରିମୁଣ୍ଡା ଗ୍ରାମର ଶରତ ବରାଳଙ୍କ (୬୦) ନିକଟରୁ ୫ ଲିଟର ବିଦେଶୀ ମଦ ଓ ବାଲୁଗାଁ ଥାନା ଅନ୍ତର୍ଗତ କାନ୍ଥମାଳ ଆଙ୍କୁଲା ଗ୍ରାମର ବୃନ୍ଦାବନ ଜୁଝାରସିଂଙ୍କ (୫୦) ନିକଟରୁ ୧୫ ଲିଟର ଦେଶୀ ମଦ ଜବତ ହୋଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସାଧାରଣରେ ଆଲୋଚନା ହେଉଛି ଯେ ଏ ଚଢ଼ାଉ ଖାଲି ବାଣପୁର ବାଲୁଗାଁ ରେ ଚାଲିଥିବା ବେଳେ ବାଲୁଗାଁ ଉପଖଣ୍ଡ ଅଧୀନରେ ରହିଥିବା ଗାଁ ଗୁଡ଼ାକରେ ମଧ୍ୟ ଏପରି ମଦର କାରବାର ହେଉଛି,କିଏ ଘରର ବାରିପଟେ ବିକୁଥିବାବେଳେ କିଏ ଦୋକାନ ଦେଇ ବିକିବାର ନଜର ରହିଛି. ତେଣୁ ଏସବୁ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅବକାରୀ ବିଭାଗକୁ ଅନୁରୋଧ କରିଛନ୍ତି.