You are currently viewing ଲାଠିକଟା ବ୍ଲକ୍ ରେ ଚୋରା ମଦ କାରବାର
ଲାଠିକଟା ବ୍ଲକ୍ ରେ ଚୋରା ମଦ କାରବାର

ଲାଠିକଟା, ସାରନଗରୀ
ଲାଠିକଟା ବ୍ଲକ୍ ରେ ଗ୍ରାମାନଚଳ ରେ ଚୋରା ମଦ କାରବାର ବଢୁଥିବା ବେଳେ ଅବକାରୀ ବିଭାଗ ଚୁପ୍ ରହିଥିବା ଅଭଯୋଗ ରହୁଛି । ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ କିଛି ଜାଗାରେ ଚଢ଼ଉ କରାଯାଇ ଦେଶୀ ଓ ବିଦେଶୀ ମଦ ଯବତ କରାଯାଇଛି ସତ,ହେଲେ ତାହା ସମୁଦ୍ର ରେ ଶଙ୍ଖେ । ଅଧିକ ବିକ୍ରି ଉଦେଶ୍ୟ ରେ ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁଡ଼ିକ କାଉଣ୍ଟର ରେ ବିକ୍ରି ବ୍ୟତୀତ ଗ୍ରାମାଞ୍ଚଳ ରେ ୨୦/୩୦ ଲେଖାଏଁ ଛୋଟ ଛୋଟ ମଦ ବେପାରୀ ନିଯୁକ୍ତି କରିଛନ୍ତି। ସରକାର ଙ୍କୁ ଅଧିକ ରାଜସ୍ବ ଦେଇ ମଦ ଦୋକାନ ଖୋଲା ଯାଉଛି। ଗୋଟିଏ ମଦ ବୋତଲ ରେ ୨୦ ଟଙ୍କା ଲାଭ ପାଇ ବେପାରୀ ଖୁସି ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳର ଏହି ନିଶା ରେ ଅଭ୍ୟସ୍ତ ଲୋକ ମାନେ ଦିନ ରାତି ୨୪ ଘଣ୍ଟା ମଦ ପାଇ ଖୁସ୍।ପଡୋଶୀ ରାଜ୍ୟ ଝାଡଖଣ୍ଡ ର ବାନୋ, ହଟିଆ, ମୋନୋହର ପୁର ଆଦି ଅଞ୍ଚଳ ରୁ ଚୋରା ଦେଶୀ ମଦ ଆସୁଛି।

ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁଡ଼ିକ ସମୟ ସୀମା ନିର୍ଦ୍ଧାରଣ ହୋଇଥିବା ବେଳେ ଗ୍ରାମାଞ୍ଚଳ ରେ ଥିବା ଚୋରା ମଦ ବେପାରୀ ଙ୍କ ନିକଟ ରୁ ୨୪ ଘଣ୍ଟିଆ ସେବା ମିଳିଥାଏ। ମଦ୍ୟପାନ ଯୋଗୁଁ ଗ୍ରାମାଞ୍ଚଳ ରେ ଦୈନିକ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି ଏବଂ ବହୁ ପରିବାର ସର୍ବଶାନ୍ତ ହେଉଥିବା ଦେଖା ଯାଉଛି।ଏଥିରୁ ଅଭ୍ୟସ୍ତ ଲୋକ ନିଜ ପରିବାରର ସ୍ବପ୍ନ ଓ ଭବିଷ୍ୟତ କୁ ଜଳାଞ୍ଜଳି ଦେଇ ନିଜର କଷ୍ଟ ଉପାର୍ଜିତ ଅର୍ଥକୁ ନିଶା ସେବନରେ ଖର୍ଚ୍ଚ କରୁଛନ୍ତି ।ଅବକାରୀ ବଭାଗ କିଛି ସମୟ ପାଇଁ ଗ୍ରାମାଞ୍ଚଳ କୁ ଯାଇ ଚୋରା ମଦ ବେପାରୀ ଙ୍କ ଉପରେ ଚଢ଼ଉ କରୁଛନ୍ତି କିନ୍ତୁ ପୁର୍ବ ରୁ ଏମାନଙ୍କ ପାଖରେ ଆଗୁଆ ଖବର ମିଳିଯାଇ ଥିବାରୁ ଗଛିତ ରଖିଥିବା ଦେଶୀ ମଦ କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦେଉଛନ୍ତି। ଏହି ଚୋରା ମଦ ବେପାରୀ ଙ୍କ ବିରୁ୍ଧ ରେ ଗ୍ରାମାଞ୍ଚଳର ମହିଳା ପ୍ରତିବାଦର ସ୍ୱର ଉଠେଇଲେଣି ଏବଂ ଜିଲ୍ଲା ପ୍ରଶାସନ କୁ କଠୋର ମନୋଭାବ ପ୍ରଦର୍ଶନ କରିବା କୁ ଦାବି କଲେଣି।ଏହି ତ ଗଲା ଗ୍ରାମାଞ୍ଚଳ କଥା। ଲାଠିକଟା ବ୍ଲକ୍ ର ଇସ୍ପାତ ନଗରୀ ର ସହରାଞ୍ଚଳରେ ଦେଶୀ ମଦ ଏବଂ ବିଦେଶୀ ମଦ ର ସ୍ୱଚ୍ଚ ଛୁଟିଛି। ସ୍ଥାନୀୟ ପୋଲିସ ସଲସୁତୁରା ରେ ମାତ୍ର ଟାଙ୍ଗରପାଲି ପୋଲିସ ଷ୍ଟେସନ ରୁ ୧୦୦ ମିଟର ଦୂର ରେ ଥିବା ଲୋକନାଥ ମାର୍କେଟ ରେ ଖୁଲମଖୁଲା ଦେଶୀ ବିଦେଶୀ ମଦ ବିକ୍ରି ହେଉଛି। ନିର୍ଦ୍ଧିଷ୍ଟ ଏକ ଟେଲର ଦୋକାନ, ଢାବା ଏବଂ କୁକୁଡ଼ା ଦୋକାନ ଓ ସିମେଣ୍ଟ ର ନନ୍ଦ ନିର୍ମିତ କରୁଥିବା ଏକ ବ୍ୟବସାୟୀ ଗ୍ରାହକ ମାନଙ୍କୁ ନିଜ ଘରେ ବସାଇ ମଦ ପିଇବାକୁ ଦେଉଛନ୍ତି।

ସେହିପରି ସହରଞ୍ଚଳା ର ବସ୍ତି ଭିତରେ ଲେଙ୍ଗଡ଼ା ବସା,କାଇନ୍ତା ବସା,ଲାଲଟାଙ୍କି, ସନାପର୍ବତ,ଏବିସି କଲୋନୀ ଏବଂ ଦେଓଗାଁ ବସ୍ତିରେ ଖୁଲମଖୁଲା ଦେଶୀ ମଦ ର କାରବାର ଚାଲିଛି। ଅବକାରୀ ବିଭାଗ ସହାୟତା ରେ ଏହି ଦେଶୀ ମଦ ଗୁଡ଼ିକ ବିଭିନ୍ନ ବ୍ଲକ ର ସାହାର୍ଯ୍ୟ ରେ ମନକୋ,ମୁଣ୍ଡାଜୋର୍, ଢେଲାକୁଦର୍ ଏବଂ ରମଝୁଡ଼ି ରୁ ଆଣି ସହରଞ୍ଚଳା ର ବସ୍ତି ଗୁଡ଼ିକୁ ବେପାରୀ ମାନେ ପଞ୍ଚାଇଥାନ୍ତି। ସେହି ପରି କୁଆଁରମୁଣ୍ଡା ବ୍ଲକ୍ ର କଲିଛାପର, ଲାଙ୍ଗକୋଇ,ଖୁଣ୍ଟଗାଆଁ,ସତରା ଅଞ୍ଚଳରୁ ବେପାରୀ ମାନେ ଦେଶୀ ମଦ ଆଣି ଇସ୍ପତାନଗରୀ କୁ ପହଞ୍ଚାଇଥନ୍ତି। ଉପରୋକ୍ତ ଗାଁ ଗୁଡ଼ିକ ରେ ଘରେ ଘରେ ଦେଶୀ ମଦ ରନ୍ଧା ଯାଇଥାଏ। କୌଣସି ଏକ ସମ୍ପ୍ରଦାୟ ର ଲୋକ ଏହି ମଦରନ୍ଧା କୁ ନିଜର ଜୀବିକା ରେ ପରିଣତ କରି ଦେଇଛନ୍ତି। ଏଣୁ ରାଉରକେଲା ର ଗ୍ରାମାଞ୍ଚଳ ସହରାଞ୍ଚଳ ଉଭୟ ସ୍ଥାନରେ ଦେଶୀମଦ ର ଅବାଧ କାରବାର ଚାଲିଛି।