ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗ୍ରାମ ନିକଟରୁ ବୃଦ୍ଧ ଙ୍କ ମୃତ ଶରୀର ଜବତ । ଠେଙ୍ଗାରେ ପିଟି ପିଟି ବୃଦ୍ଧିକୁ ହତ୍ୟା କରିଛନ୍ତି ମଦ୍ୟପ ଦୁବୃର୍ତ୍ତ । ମୃତ ବୃଦ୍ଧ ହେଲେ ଧରାକୋଟ ଥାନା ସିଙ୍ଗିପୁର ଗ୍ରାମର ଶିଶିର ମୁନି। ସ୍ଥାନୀୟ ଲୋକ ମାନେ କହୁଛନ୍ତି ମୃତକ ଜଣକ ଗ୍ରାମରେ ବହୁଦିନ ହେଲା ଗୋଚ୍ଛା ଅଞ୍ଚଳରେ ବୁଲୁଥିଲେ। ସୂଚନା ମୁତାବକ ଗତ କାଲି ରାତ୍ର ସମୟରେ ଗୋଛା ଗ୍ରାମ ର ଦୁଇ ଦୃବୁତ ଶିବ ପାଢ଼ୀ ଓ ଜିତୁନ ନାୟକ ଅତ୍ୟଧିକ ମଦ୍ୟ ପାନ କରି ନିଶାରେ ଭିକାରୀ ଜଣଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ଆଜି ଭୋର୍ ସକାଳ ସମୟରେ ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ମୃତ ଶରୀର କୁ ଜବତ କରିବା ସହ ଏହି ଘଟଣା ଘଟାଇ ଥିବା ଦୁଇ ଦୃବୁତ ଙ୍କ ନାମରେ ହତ୍ୟାମାମଲା ରୁଜୁ କରିଛି । ହେଲେ କେଉଁ କାରଣରୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକ ଙ୍କ ପୁଅ ଓ ଶଳା | ଘଟଣା ସ୍ଥଳ ରେ ସାଇଣ୍ଟିଫିକ ଟିମ ଓ ସୋରଡ଼ା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବିଚ୍ଛେଦ ପାଇଁ ପଠାଇଛନ୍ତି |
