You are currently viewing ମିଟର ରିଡର ରିଡିଙ୍ଗ ନେଉଥିବା ସମୟରେ ଜଣେ ଗ୍ରାହକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି
ମିଟର ରିଡର ରିଡିଙ୍ଗ ନେଉଥିବା ସମୟରେ ଜଣେ ଗ୍ରାହକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି

ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅଧୀନ କୁପାଟି ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସଂଗଠିତ ହୋଇଛି।
ବିଦ୍ୟୁତ ବିଭାଗ ପକ୍ଷରୁ ମିଟର ରିଡର ରିଡିଙ୍ଗ ନେଉଥିବା ସମୟରେ ଜଣେ ଗ୍ରାହକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ସମ୍ପୃକ୍ତ ମିଟର ରିଡରଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଆଜି ସକାଳ ସମୟରେ କୁପଟିକୁ ମିଟର ରିଡିଙ୍ଗ ନେବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ଗ୍ରାମର ଗୋବିନ୍ଦ ସେଠୀ ଧାରୁଆ ଅସ୍ତ୍ରରେ ବେକକୁ ଆକ୍ରମଣ କରି ହତ୍ୟା କରିଥିଲେ। ସ୍ଥାନୀୟ ଲୋକେ ଏହାକୁ ପ୍ରତିରୋଧ କରିବାକୁ ଯାଇଥିବା ବେଳେ ରିଙ୍କୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାମ ହାତ ଆଙ୍ଗୁଠି କଟିଯାଇଥିଲା। ଏହି ସମୟରେ ଅଭିଯୁକ୍ତ ତଳେ ପଡ଼ିଯିବାରୁ ସେ ମଧ୍ୟ ସାମାନ୍ୟ ଆହତ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକ ବିଦ୍ୟୁତ ବିଲ୍ ଆସୁଥିବାର ଏନେଇ ଅଭିଯୁକ୍ତ ଓ ମୃତକଙ୍କ ଭିତରେ ବଚସା ହେବାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।