ଖଲ୍ଲିକୋଟ ;25 /7 ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗ ଷ୍ଟ୍ରାଇଁକିଙ୍ଗ ଫୋର୍ସ କୌଣସି ସୂତ୍ର ରୁ ଖବର ପାଇ ଏକ ଆନ୍ଧ୍ର ଟ୍ରକ ର ପିଛା କରି 16 ନମ୍ବର ଜାତୀୟ ରାଜପଥ ଖଲ୍ଲିକୋଟ ଥାନା ସାନଘାଟି ଠାରେ ଟ୍ରକ ରେ ଥିବା ଦୁଇଟି ବସ୍ଥା ରେ ଥିବା 50 କେଜି ବେଆଇନ ଭାବେ ଚାଲାଣ ହେଉଥିବା ଗଞ୍ଜାଇ କୁ ଜବତ କରିଥିବା ଜଣାପଡିଛି | ଉକ୍ତ ଆନ୍ଧ୍ର ଟ୍ରକ ନମ୍ବର ହେଲା ଏ ପି 39 ୟୁ ଏଲ 4509 ଏବଂ ଉକ୍ତ ଟ୍ରକ ଚାଳକ ଙ୍କ ନାମ ବି ରେଡ୍ଡୀପ୍ପା ଓ ଘର ଆନ୍ଦ୍ର ପ୍ରଦେଶ ଚିତ୍ତଟର ଜିଲ୍ଲା ରାଳାବାଗୁଲୁରୁ ଥାନା ଅନ୍ତର୍ଗତ ୟାଡୁଲୁପଲ୍ଲୀ ଗ୍ରାମର ବୋଲି ଜଣାଅପଡ଼ିଛି |ତେବେ ଅବକାରୀ ଗୁଇନ୍ଦା ଟିମ ତା ଠାରୁ ଏକ ମୋବାଇଲ ଜବତ କରି ଗଞ୍ଜାଇ ଚୋରା ଚାଲାଣ ର ଖିଅ ଖୋଜିବା ପାଇଁ ତଦନ୍ତ ଜାରୀ ରଖିଥିବା ପ୍ରକାଶ |

ସ୍ଥାନୀୟ କୋର୍ଟ ରେ ଆସାମୀ କୁ ହଜାର କରି ଅଧିକ ତଦନ୍ତ ପାଇଁ 15 ଦିନ ରିମାଣ୍ଡ ରେ ଛାଡ଼ିବା ପାଇଁ ନିବେଦନ କରିଥିବା ପ୍ରକାଶ | ଉକ୍ତ ଚଢ଼ାଉ ରେ ଡେପୁଟି ସୁପେରିଣ୍ଟେଣ୍ଡେଣ୍ଟ ସ୍ମୃତିକାନ୍ତ ରାଉତ,ଇନ୍ସ୍ପେକଟର ନାରାୟଣ ଜେନା, ସବ ଇନ୍ସ୍ପେକଟର ଅଜିତ କୁମାର ନାୟକ, ଏ ଏସ ଆଇ ଚନ୍ଦ୍ର ଶେଖର ରେଡ୍ଡୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |
ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ
