ରାଉରକେଲା,
ପୋଲିସ ସେବାକୁ ଅଧିକ ଲୋକାଭମୁଖୀ କରାଯିବ।ରାଉରକେଲାର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରି ବୃଦ୍ଧି ପାଇଛି। ୧୧୨ ପେଟ୍ରୋଲିଙ୍ଗ ସହ ପ୍ରତି ଥାନା ଅଞ୍ଚଳ ରେ ବାଇକ୍ ପେଟ୍ରୋଲିଙ୍ଗ ହେବ । ଏହା ସହିତ ସ୍କ୍ରାପ୍ କାରବାର ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ରାଉରକେଲା ର ନୂତନ ଏସପି ମିତ୍ରଭାନୁ ମହାପାତ୍ର ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି।ଆଜି ସନ୍ଧ୍ୟାରେ ପୋଲିସ୍ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ମହାପାତ୍ର ରାଉରକେଲା ପୋଲିସ୍ ଜିଲ୍ଲା ସମ୍ପର୍କ ରେ ସାମ୍ବାଦିକ ଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ।ଅପରାଧ ଦମନ,ଅପରାଧୀ ଚିହ୍ନଟ, ଜନସାଧାରଣ ଙ୍କ ଧନଜୀବନ ସୁରକ୍ଷା ଓ ସମାଜ ରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପୋଲିସ ର ମୁଖ୍ୟ କାର୍ଯ୍ୟ। ପୋଲିସ୍ ସର୍ବଦା ଆଇନ୍ କୁ କାର୍ଯ୍ୟକାରୀ କରିବ।ପ୍ରତ୍ୟେକ ଲୋକ ନ୍ୟାୟ ପାଆନ୍ତୁ ତାହା ପୋଲିସ ର କର୍ତ୍ତବ୍ୟ ହେବା ଉଚିତ୍ ବୋଲି ଶ୍ରୀ ମହାପାତ୍ର ମତ ରଖିଥିଲେ। ବାଇକ୍ ପେଟ୍ରୋଲିଙ୍ଗ ଦ୍ଵାରା ଚୋରି ରୋକଯାଇପରିବ ବୋଲି ସେ କହିଥିଲେ।୧୧୨ ପେଟ୍ରୋଲିଙ୍ଗ ଗାଡ଼ି ଯାଇପାରୁ ନ ଥିବା ଗଳିକନ୍ଦିରେ ବାଇକ୍ ପେଟ୍ରୋଲିଙ୍ଗ କରାଯିବ ବୋଲି ସେ କହିଥିଲେ। ସେହିପରି ସହର ରେ ସ୍କ୍ରାପ୍ କାରବାର କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସ୍କ୍ରାପ ଚୋର ଠାରୁ ଆରମ୍ଭ କରି ସ୍କ୍ରାପ୍ ଡିଲର କାହାରିକୁ ଛଡ଼ା ଯିବା ନାହିଁ। ସ୍କ୍ରାପ୍ ଚୋରା କାରବାର ଚେନ୍ କୁ ଭାଙ୍ଗି ଦିଆଯିବ। ପୋଲିସ ଜିଲା ରୁ ସ୍କ୍ରାପ୍ ଗୋଦାମ ରଖିବାକୁ ଦିଆଯିବ ନାହିଁ ବୋଲି ଏସପି ଶ୍ରୀ ମହାପାତ୍ର କହିଥିଲା। ସେହିପରି ସହରରେ ଗଞ୍ଜେଇ ,ମଦ ଓ ଧଳାଜହର ଭଳି ନିଶା କାରବାର ବଢ଼ି ଚାଲିଛି ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇ ଆସୁଛି।ନିଶା ମାଫିଆ,ଗଞ୍ଜେଇ ମାଫିଆ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସେହିପରି ସାଇବର ଠକେଇ ରୋକିବା ପାଇଁ ପୋଲିସ ଚେଷ୍ଟା କରିବ । ତେବେ ଏ ଦିଗ ରେ ଜନସାଧରଣ ସତର୍କତା ଅବଲମ୍ବନ କରିବା ଉଚିତ୍। ଡିଜିଟାଲ କାରବାର ବେଳେ ଲୋକମାନେ ସତର୍କ ରହିଲେ ସାଇବର ଠକେଇ ରୋକା ଯାଇପାରିବ। ତେବେ ଏ ସଂକ୍ରାନ୍ତ ରେ କୌଣସି ଅପରାଧକୁ ଛଡାଯିବ ନାହିଁ। ସେମାନଙ୍କ ବିରୋଧ ରେ ପୋଲିସ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁରୂପ ଭାବେ ସହରରେ ଟ୍ରାଫିକ ସମସ୍ୟା ର ନିରାକରଣ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି। ଆସନ୍ତା ୩/୪ ମାସ ଭିତରେ ସହରରେ ଲାଗିଥିବା ସିସିଟିଭି କାର୍ଯ୍ୟକ୍ଷମ ହେବ। ସିସିଟିଭି କାର୍ଯ୍ୟକ୍ଷମ ହେଲେ ଟ୍ରାଫିକ ନିୟନ୍ତ୍ରଣ ସହଜ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଜନସାଧାରଣ ଙ୍କ ସହ ପୋଲିସ ନିକଟତର ହେବା ପାଇଁ ବନ୍ଦ ରହିଥିବା ଆମ ପୋଲିସ ବୈଠକ ପୁନର୍ବାର ଲାଗୁ ହେବ।ଫଳରେ ଥାନା ଅଞ୍ଚଳ ରେ ଅପରାଧ ହାର୍ସ,ଅପରାଧୀ ଚହ୍ନଟ ସହିତ ପୋଲିସ ସହିତ ଜନସାଧାରଣଙ୍କ ସମ୍ପର୍କ ସୁଦୃଢ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ, ଡିଆଇବି ଡିଏସପି ଭୀମସେନ ନାୟକ,ବାଲେଶ୍ଵର ଗିଧି ଓ ସୁବ୍ରତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
ରାଉରକେଲା
ନୀଳକଣ୍ଠ ପ୍ରଧାନ
