You are currently viewing ଫଳ ବୋଝେଇଁ କଣ୍ଟେନେର ଗାଡି ରୁ 260 କେଜି ଗଞ୍ଜାଇ ସହ ମହାରାଷ୍ଟ୍ର ଜଣେ ଗଞ୍ଜାଇ ବେପାରୀ ଗିରଫ
ଫଳ ବୋଝେଇଁ କଣ୍ଟେନେର ଗାଡି ରୁ 260 କେଜି ଗଞ୍ଜାଇ ସହ ମହାରାଷ୍ଟ୍ର ଜଣେ ଗଞ୍ଜାଇ ବେପାରୀ ଗିରଫ

ଖଲ୍ଲିକୋଟ : 18/12 ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ସାନଘାଟି ସ୍ଥିତ ଦାଳାଖାଇ ମନ୍ଦିର ନିକଟରେ ଏକ ଫଳ ବୋଝେଇ କଣ୍ଟେନେର ଯୋଗେ ବମ୍ବେ ଅଭିମୁଖେ ଯାଉଥିବା ଚୋରା ଚାଲାଣ ହେଉଥିବା ଗଞ୍ଜାଇ ଗାଡି ଉପରେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ ର କର୍ମଚାରୀ ମାନେ | ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ନିରୀକ୍ଷକ ସ୍ମୃତିକାନ୍ତ ରାଉତ ଙ୍କ ନିର୍ଦେଶ କ୍ରମେ ସବ ଇନ୍ସପେକ୍ଟର ଅଜିତ କୁମାର ନାୟକ ଓ କର୍ମଚାରୀ ମାନେ ଉକ୍ତ କଣ୍ଟେନେର ରୁ 260 କେଜି ଗଞ୍ଜାଇ ଜବତ କରିବା ସହ ମହାରାଷ୍ଟ୍ର ଅଞ୍ଚଳ ର ଦଣ୍ଡୁରାମ ଗାଇକୱାର୍ଡ ର ଏକ ଚୋରା ଗଞ୍ଜାଇ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି | ଉକ୍ତ କଣ୍ଟେନେର ନମ୍ବର ଏମ ଏଚ 46 ଏ 9568 ବୋଲି ଜଣାଅପଡ଼ିଛି |

ମାଧବ ବେହେରା, ଖଲ୍ଲିକୋଟ