You are currently viewing ଗଞ୍ଜାମ ରେ ପୁଣି ବୁଲିଲା ଖଣ୍ଡା, ବେଗୁନିଆପଡା ବିଚ ବଜାରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ,
ଗଞ୍ଜାମ ରେ ପୁଣି ବୁଲିଲା ଖଣ୍ଡା, ବେଗୁନିଆପଡା ବିଚ ବଜାରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ,

ଗଞ୍ଜାମ ରେ ପୁଣି ଆତଙ୍କ ବିଚ୍ ବଜାରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ। ୫ ଜଣ ଯୁବକ ମିଶି ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ଆକ୍ରମଣ କରିଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।
ଆହତ ଯୁବକ ବେଗୁନିଆପଡା ର କୃଷ୍ଣ ପ୍ରଧାନ…. ପୂର୍ବ ଶତ୍ରୁତା କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହା ଯାଉଛି…
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୫ ଜଣ ଯୁବକ ସଂଘବଦ୍ଧ ଭାବେ ହଠାତ୍ କୃଷ୍ଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଭୟରେ କୃଷ୍ଣ ବଜାର ଉପରେ ଦୌଡ଼ିଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ।
ଖବର ପାଇ ବେଗୁନିଆପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଙ୍କୁ ଉଦ୍ଧାର କରି ପ୍ରଥମେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବେଗୁନିଆପଡ଼ା ପୋଲିସ ମାମଲାର ଛାନଭିନ୍ ଆରମ୍ଭ କରିଛି। ଆକ୍ରମଣକାରୀ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।