ବାଲୁଗାଁ, ତା ୨୫/୦୮/୨୦୨୬ – ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ବାଣପୁର ଥାନା ଅନ୍ତର୍ଗତ କୋଶରଡା ଜଙ୍ଗଲରେ ଆଜି ମିଳିତ ଅବକାରୀ ଚଢାଉ କରାଯାଇଛି। ଏଥିରେ ବାଲୁଗାଁ ଷ୍ଟେସନର ୪ଟି, ଟାଙ୍ଗୀ ରେଞ୍ଜର ୧ଟି ଓ ଜିଲ୍ଲା ମୋବାଇଲ ୟୁନିଟ ଖୋର୍ଦ୍ଧାର ୩ଟି ସମେତ ମୋଟ ୮ଟି ମାମଲା ରୁଜୁ ହୋଇଛି।
ଚଢାଉ ବେଳେ କୌଣସି ଅଭିଯୁକ୍ତ ଧରାପଡି ନାହାନ୍ତି, ସମସ୍ତ ମାମଲା Un-Claimed ରହିଛି। ଜଙ୍ଗଲର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରୁ ମୋଟ ୨୫,୦୦୦ କେଜି ପୋଚ ୱାସ୍ ଏବଂ ୩୦୯୦ ଲିଟର ବେଆଇନ ଦେଶୀ ମଦ (IDL) ଜବତ କରାଯାଇ ନଷ୍ଟ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ୬୮ ହଜାର ଟଙ୍କା ହେବ.
ଏହି ଚଢାଉରେ ଅତିରିକ୍ତ ତହସିଲଦାର-କମ୍-କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଶୁଭ୍ରାଂଶୁ ପ୍ରଭା ମିଶ୍ର, ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ର, ବାଲୁଗାଁ OIC ସୌମ୍ୟ ରଞ୍ଜନ ବେହେରା, ASI ରାମଚନ୍ଦ୍ର ଜେନା, କନଷ୍ଟେବଳ ରଞ୍ଜିତ ପଟେଲ, ଶାସ୍ମିତା ସେଠୀ, ସତ୍ୟବନ୍ତ ମାଝୀ, ମନୋଜ ଜୟସିଂହ ଏବଂ ଟାଙ୍ଗୀ, ଜଟଣୀ, ବେଗୁନିଆ ଓ ଜିଲ୍ଲା ମୋବାଇଲ ୟୁନିଟର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ.
