ସୋରଡ଼ା (ଲିଟୁ କୁମାର ବିଷୋୟୀ) ବନ ବିଭାଗ ର ଆଖିରେ ଧୂଳି ପକାଇ ଖସି ଯିବାକୁ ଉଦ୍ୟମ କରୁଥିଲେ କାଠ ମାଫିଆ, ହେଲେ କାଠ ମାଫିଆ ଙ୍କ ଏଭଳି ଯୋଜନା କୁ ଭଣ୍ଡୁର କଲା ବନବିଭାଗ | କାଠ ମାଫିଆ ଙ୍କ କାଠ ବୋଝେଇ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ବଡ଼ଗଡ଼ ବନବିଭାଗ ଟିମ ଦକ୍ଷିଣ ଘୁମୁସର ବନଖଣ୍ଡ ବଡ଼ଗଡ଼ ବନାଞ୍ଚଳ କୁ ମିଳିଲା ବଡ ସଫଳତା, ମୂଲ୍ୟବାନ ଶାଗୁଆନ କାଠ ବୋଝଇ ପିକଅପ ଭ୍ୟାନ ଜବତ କଲା ବଡ଼ଗଡ଼ ବନବିଭାଗ | ସୂଚନା ପ୍ରକାରେ ଏକ ପିକଅପ ଭେନ ରେ ମୂଲ୍ୟବାନ ଶାଗୁଆନ କାଠ ବୋଝଇ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଓ ତାଙ୍କ ସ୍କୁଆଡ଼ ଟିମ ବଡ଼ଗଡ଼ ଥାନା ଅନ୍ତର୍ଗତ ଚାଉଳଖାଇ ଗ୍ରାମନିକଟରେ ରାତ୍ର ଦୁଇ ଘଣ୍ଟ ସମୟରେ ଅତର୍କିତ ଚଢ଼ାଉ କରି କାଠ ବୋଝଇ ଗାଡି ଟିକୁ ଜବତ କରିବାରେ ସଫଳ ହୋଇଛି ବଡ଼ଗଡ଼ ବନବିଭାଗ |

ଜବତ କାଠ 80 ସିପ୍ଟ ବୋଲି ଅନୁମାନ କରାଯାଉଥିବା ବେଳେ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଓ ଜବତ ଗାଡିର ମୂଲ୍ୟ ତିନିଲକ୍ଷ ବୋଲି ଅନୁମାନ କରାଯାଉଥିବା ସୂଚନା ଦେଇଛନ୍ତି ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ |

