You are currently viewing ଦୁଇ ଦେଶୀମଦ ଭାଟି ଉପରେ ଗାଙ୍ଗପୁର ପୋଲିସ୍ ର ଚଢ଼ାଉ ; ଦୁଇ କୋର୍ଟଚାଲାଣ ଚାଲାଣ
ଦୁଇ ଦେଶୀମଦ ଭାଟି ଉପରେ ଗାଙ୍ଗପୁର ପୋଲିସ୍ ର ଚଢ଼ାଉ ; ଦୁଇ କୋର୍ଟଚାଲାଣ ଚାଲାଣ

ବେଲଗୁଣ୍ଠା, 29/04, ଆଜି ଗାଙ୍ଗପୁର ପୋଲିସ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ନଣ୍ଡାଜୁଆଳି ଏବଂ ଝରପାରି ନିକଟସ୍ଥ ମରାଠୀବସାରେ ଦୁଇ ବେଆଇନ୍ ଦେଶୀମଦ ଭାଟି ଉପରେ ଚଢାଉ କରି ବିପୁଳ ପରିମାଣର ରନ୍ଧା ମଦ ଜବତ କରିବା ସହ ପୋଚ ନଷ୍ଟ କରିଥିବା ଜଣା ପଡିଛି I ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ସୂଚନା ପ୍ରକାରେ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଗାଙ୍ଗପୁର ପୋଲିସ୍ ସଦଳବଳେ ନଣ୍ଡାଜୁଆଳି ଏବଂ ମରାଠୀବସାରେ ଥିବା ବେଆଇନ୍ ଦେଶୀ ମଦଭାଟି ଉପରେ ଚଢ଼ାଉ କରି ଉଭୟ ସ୍ଥାନରୁ 400 ଲିଟର୍ ଦେଶୀମଦ ଜବତ କରିବା ସହ 1500 ଲିଟର୍ ପୋଚ ନଷ୍ଟ କରିଦେଇଥିଲେ I ଏନେଇ ଘଟଣାରେ ସଂପୃକ୍ତ ଏମ୍ ଶ୍ରୀନିବାସ,ସନ୍ତୋଷ ନାଇକ, ଏନ୍ ଜଗନ୍ନାଥ ଏବଂ ଏ. ବାଳକୃଷ୍ଣଙ୍କ ବିରୁଦ୍ଧରେ କେଶ୍ ନମ୍ବର୍ 304/23,305/23,306/23 ଏବଂ 307/23 ରେ ଚାରୋଟି ଅବକାରୀ ମାମଲା ରୁଜୁ କରାଯିବା ସହିତ ଏମ୍ ଶ୍ରୀନିବାସ ଓ ଏ. ବାଳକୃଷ୍ଣଙ୍କୁ କୋର୍ଟଚାଲାଣ କରାଯାଇଛି I ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ