You are currently viewing ସାତ ବର୍ଷ ତଳେ ହଜିଥିବା ବାଇକ ପୋଖରୀ ରୁ ଉଦ୍ଧାର
ସାତ ବର୍ଷ ତଳେ ହଜିଥିବା ବାଇକ ପୋଖରୀ ରୁ ଉଦ୍ଧାର

କୋଦଳା
ସାତ ବର୍ଷ ତଳେ ହଜି ଥିବା ବାଇକ କୁ ପୋଖରୀ ସଫା ବେଳେ ଉଦ୍ଧାର ହୋଇଛି । ଏହି ଭଳି ଘଟଣା ଘଟିଛି ବେଗୁନିଆପଡା ବ୍ଲକ ତାଳସର ଗ୍ରାମରେ । ଏହି ଗ୍ରାମର ମହେନ୍ଦ୍ର ନାହାକ ସାତ ବର୍ଷ ତଳେ ନିଜ ଘର ବାରଣ୍ଡାରେ ରଖିଥିବା ସମୟରେ ରାତିରେ କେହି ଦୁବୃତ୍ତ ନେଇ ଯାଇଥିଲେ । ସକାଳୁ ବାଇକ ନ ଥିବା ଦେଖି ମହେନ୍ଦ୍ର ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ । ବାଇକ ର ଇନ୍ସୁରାନ୍ସ ଥିବା ଯୋଗୁଁ ମହେନ୍ଦ୍ର କମ୍ପାନୀ ରୁ ବାଇକ ର ଟଙ୍କା ପାଇ ଯାଇଥିଲେ । ତେବେ ତାଳସର ଗ୍ରାମବାସୀ ଙ୍କ ପକ୍ଷରୁ ବିରି ପୁର ସାହିର ପାଣିଖିଆ ପୋଖରୀ ସଫା ପାଇଁ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ପୋଖରୀ ରୁ ବାଇକ ଟି ଉଦ୍ଧାର ହୋଇଛି । ମହେନ୍ଦ୍ର କମ୍ପାନୀ ରୁ ଟଙ୍କା ପାଇଥିବା ଯୋଗୁଁ ଉକ୍ତ ବାଇକ ନେଇ ନାହାନ୍ତି । ଅନ୍ୟ ପକ୍ଷରେ ପୋଲିସ କୁ ଖବର ଦିଆ ଯାଇ ଥିବା ଜଣା ପଡିଛି ।