You are currently viewing ପୃଥକ ସ୍ଥାନରେ ଚଢାଉ କରି ୩୦୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ
ପୃଥକ ସ୍ଥାନରେ ଚଢାଉ କରି ୩୦୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ସାନଖେମୁଣ୍ଡି ବ୍ଳକ ଟି . ଗୋବିନ୍ଦପୁର ପଞ୍ଚାୟତର ପୃଥକ ସ୍ଥାନରେ ଅତର୍କିତ ଚଢ଼ାଉ କରି ୩୦୧ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପୋଲିସ ସଂକ୍ରାନ୍ତରେ କାହାରିକୁ ଗିରଫ କରିପାରିନଥିବା ବେଳେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଖବରନୁଯାୟୀ , ପାଟପୁର ପୋଲିସ ଗତକାଲି ପେଟ୍ରୋଲି କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବରପାଇ ଥାନା ଅଧିନସ୍ଥ କୃଷ୍ଣପୁର ଓ ବୁରେଇପାହାଡ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ଉଭୟ ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ବସ୍ତା ଜବତ କରିପାରିଥିଲା । ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ମାନେ ସେଠାରୁ ଲୁଚି ପଳାଇବାରେ ସକ୍ଷମ ହୋଇପାରିଥିଲେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିବା ଜଣାପଡିଛି । ଘଟଣାପରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପଚୁପ ପରେ ୩୦୧ କେଜି ୫୦୦ ଗ୍ରାମ ମହଜୁଦ ରହିଥିବା ବେଳେ ଯାହାର ଆନୁମାନିକ ବଜାର ମୂଲ୍ୟ ୩୪ – ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଥିଲା । ଏନେଇ ପାଟପୁର ଥାନା ପୃଥକ ମାମଲା ନଂ ୧୨୧/୨୩ ଓ ୧୨୨/୨୩ ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ( ରିପୋର୍ଟ ଦିଗପହଣ୍ଡି ରୁ କିରଣ କୁମାର ବେହେରା )