You are currently viewing ଗୋଟିଏ ଦିନରେ ଦୁଇଟି ପୃଥକ ଜାଗାରେ ଚଢ଼ାଉ,
ଗୋଟିଏ ଦିନରେ ଦୁଇଟି ପୃଥକ ଜାଗାରେ ଚଢ଼ାଉ,

୧୦ ଜୁଆଡ଼ି ଗିରଫ, ୧୯ ହଜାର ୩୩୬ ଟଙ୍କା ଜବତ

ରଜରେ ପିଠାପଣାର ମଜା, ଦୋଳିର ଆନନ୍ଦ ନେଉଥିବା ବେଳେ କେତେକାଂଶ ସ୍ଥାନରେ ଜୁଆଡ଼ି ମାନଙ୍କର ମଉଜ ବେଶ ଧୁମ ଧାମରେ ଚାଲିଥିଲା। ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ବାଇକ ପେଟ୍ରୋଲିଙ୍ଗ ସମୟରେ ଦୁଇଟି ସ୍ଥାନରେ ଚଢ଼ାଉ କରିଛନ୍ତି।ବାଲୁଗାଁ ଥାନା ପୋଲିସ ବୁଧବାର ପୃଥକ୍ ସ୍ଥାନରେ ଚଢ଼ାଉ କରି ମୋଟ୍ ୧୦ଜଣଙ୍କୁ ଗିରଫ କରିଛି I ସେମାନଙ୍କ ନିକଟରୁ ୪ ମୁଠା ତାସ ସହ ୧୯,୩୩୬ ଟଙ୍କା ଜବତ ହୋଇଛି। ସୂଚନା ମୁତାବକ, ରଜରେ ଜମିଥିଲା ଜୁଆଖେଳର ଆସର। ଏହି ପରିପ୍ରେକ୍ଷୀରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଏସ୍‌ଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆଇଆଇସି ଶ୍ରଦ୍ଧା ନାୟକ ନାଭାଲ ଫାଣ୍ଡି ଏ ଏସ ଆଇ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ସହିତ ସଦଳବଳ ବୁଧବାର ଗବପଦର ଗ୍ରାମସ୍ଥିତ ଶିବ ମନ୍ଦିର ପରିସରରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଥିଲେ। ପୋଲିସକୁ ଦେଖ୍ ଅନ୍ୟ ୬ଜଣ ଫେରାର ହୋଇଯାଇଥିଲେ। ସେଠାରୁ ୨ ମୁଠା ତାସ୍ ସହ ୯,୦୬୨ ଟଙ୍କା ଜବତ ହୋଇଥିଲା। ସେହିପରି ଇଞ୍ଜନପୁର ଗ୍ରାମ କୋଠଘରୁ ୬ଜଣଙ୍କୁ ଗିରଫ କରିବା ସହ ୨ମୁଠା ତାସ ଓ ୧୦,୨୭୪ ଟଙ୍କା ଜବତ କରିଥିଲେ। ଏ ନେଇ ପୋଲିସ ପୃଥକ୍ ଭାବେ ଦୁଇଟି ମାମଲା (ନଂ.୨୭୧, ୨୭୨/୨୬) ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଜୁଆଡ଼ି ମାନଙ୍କ ମଧ୍ୟରେ ଇଂଜନପୁର ଗ୍ରାମର ସନ୍ତୋଷ ରାୟଗୁରୁ, ଶ୍ରୀପତି ମହାପାତ୍ର, ଅକ୍ଷୟ ମହାପାତ୍ର, ସନ୍ତୋଷ ପଣ୍ଡା, ଗବପଦର ସର୍ବେଶ୍ୱର ଜାଲ୍ଲୀ, ନୀଳମଣି ବେହେରା,ଟୁନା ବେହେରା,ପବିତ୍ର ଦାସ, ତୋଟାପଡା ଗ୍ରାମର ରଞ୍ଜନ ବିଶୋଇ, ସୁବୁଦ୍ଧିପାଟଣା ରା ସିମାଞ୍ଚଳ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ ସୂଚନା ଦେଇଛନ୍ତି।