You are currently viewing ସ୍ପୋର୍ଟ କୋଟା ରେ ବନ୍ଧୁକ ଲାଇସେନ୍ସ ରାକେଟ ତାଳଚେର ରେ ସକ୍ରିୟ !
ସ୍ପୋର୍ଟ କୋଟା ରେ ବନ୍ଧୁକ ଲାଇସେନ୍ସ ରାକେଟ ତାଳଚେର ରେ ସକ୍ରିୟ !

ଅନୁଗୁଳ : ଜିଲ୍ଲାର କୋଇଲା ନଗରୀ ରୂପେ ତାଳଚେର ଉପଖଣ୍ଡ ପରିଚିତ । ଏହି ଅଞ୍ଚଳ ରେ ବିଭିନ୍ନ ଗ୍ରାମର ବାସିନ୍ଦା କୋଇଲା ଖଣି ଦ୍ଵାରା ବିସ୍ଥାପିତ ହୋଇଥାନ୍ତି ଏବଂ ମୋଟା ଅଙ୍କ କ୍ଷତି ପୂରଣ ପାଇଥାନ୍ତି । ଏହା ର ସୁଯୋଗ ନେଇ କିଛି ଅସାମାଜିକ ତତ୍ତ୍ଵ ଏବଂ ଠକ ବିଭିନ୍ନ ପ୍ରକାରର ଠକେଇ କରି ଚକମା ଦେଇ ଟଙ୍କା ହଡ଼ପ କରୁଥିବାର ଅନେକ ନଜିର ଅଛି । ସରକାରୀ ଜାଗା କୁ ହଡ଼ପ କରି ତହସିଲ ରେ ଜବର୍ ଦଖଲ କେଶ ତଥା କିଛି ଅସାଧୁ ପ୍ରଶାସନିକ ଅଧିକାରୀ,କର୍ମଚାରୀ ଙ୍କୁ ହାତ ବାରିଶି କରି ଛୋଟ ବଡ କାର୍ଯ୍ୟ କରାଇ ଦେବାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟିଥାନ୍ତି । ଏଠାରେ ଉଲ୍ଲଖଯୋଗ୍ୟ ଯେ, କିଛି ବର୍ଷ ହେଲା ତାଳଚେର ଅଞ୍ଚଳରେ ସ୍ପୋର୍ଟ କୋଟା ରେ ବନ୍ଧୁକ ଲାଇସେନ୍ସ ରାକେଟ ସକ୍ରିୟ ଥିବାର ଜଣାଯାଏ ! ବନ୍ଧୁକ ଲାଇସେନ୍ସ ପାଇଁ ବିଭିନ୍ନ କଠୋର ନୀୟମାବଳି ଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ କେମିତି ଲାଇସେନ୍ସ ପ୍ରଦାନ କରୁଛି ? ତାହା ସନ୍ଦେହ ଘେରରେ ବୋଲି ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି। ତତ୍କାଳୀନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବନ୍ଧୁକ ଲାଇସେନ୍ସ ଉପରେ କଟକଣା ଲଗାଇଥିଲେ କିନ୍ତୁ କିଛି ଲୋକ ସ୍ପୋର୍ଟ କୋଟା ରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରି ପ୍ରଶାସନ କୁ ଚକମା ଦେଇ ଲାଇସେନ୍ସ ନବୀକରଣ ଏବଂ ନୂଆଁ ଲାଇସେନ୍ସ ନେବାରେ ସକ୍ଷମ ହୋଇଥିଲେ । ଯେଉଁଥିରେ କି ସରକାରୀ ଗାଇଡଲାଇଁନ ଏବଂ ନିୟମାବଳୀ ର ଖୋଲାଖୋଲି ଉଲଂଘନ ହୋଇଥିବାର ଖବର ମିଳୁଛି । ଯଦି ଏହା ସତ୍ୟ ତାହାହେଲେ ବଡ ସାଙ୍ଘାତିକ ବ୍ୟାପାର । ଆଇନ୍ ବିଶାରଦ ଙ୍କ ମତରେ ଯଦି ଜଣେ ବାଳକ କିମ୍ବା ବାଳିକା ବନ୍ଧୁକ ସୁଟିଂ ସ୍ପୋର୍ଟ ରେ ଭାଗ ନେଇ ଖେଳୁଛି ତାହାକୁ ୧୬ ବର୍ଷ ରେ ମଧ୍ୟ ବନ୍ଧୁକ ଲାଇସେନ୍ସ ଟାର୍ଗେଟ ସୁଟିଂ ପାଇଁ ପାଇଁ ପ୍ରଦାନ କରା ଯାଇ ପାରିବ କିନ୍ତୁ ଜାତୀୟ ସ୍ତରୀୟ ରିନାଉଣ୍ଡ ସୁଟର ଯୋଗ୍ୟତା ଅର୍ଜନ କରିଥିବା ଆବଶ୍ୟକ ର ପ୍ରାବଧାନ ରହିଛି। ତେବେ ସୂଚନା ମିଳେ ଯେ, କିଛି ଲୋକ ରୀନାଉଣ୍ଡ ସୁଟର ଯୋଗ୍ୟତା ହାସଲ ନ କରି ମଧ୍ୟ ବନ୍ଧୁକ ଲାଇସେନ୍ସ ପାଇଥିବାର ତଥା ନବୀକରଣ କରିଥିବା ଜଣାଯାଏ । ଏବେ କିନ୍ତୁ ଏକ ସାଙ୍ଘାତିକ ସୂଚନା ଖବର ମିଳୁଛି ଯେ , ତାଳଚେର ବିରାଦର ପଡ଼ା ବାସିନ୍ଦା ସଞ୍ଜୀବ ପଟ୍ଟନାୟକ ତାଙ୍କ ପୁତ୍ର ସ୍ଵୟଂ ଦେବ ପଟ୍ଟନାୟକ ଙ୍କ ନାମରେ ଜିଲ୍ଲାପାଳ ଙ୍କ ଦପ୍ତର ଆଇନ୍ ବିଭାଗ ରେ ବେଆଇନ ଭାବେ ବନ୍ଧୁକ ଲାଇସେନ୍ସ ଆବେଦନ କରାଯାଇଛି ଏବଂ ପୋଲିସ ଭେରିଫିକେସନ୍ ପାଇଁ ପଠା ଯାଇଥିବା ଜଣାଯାଏ । ଯେବେକି ସ୍ଵୟଂ ଦେବ ପଟ୍ଟନାୟକ ଜାତୀୟ ସ୍ତରୀୟ ରିନାଉଁଣ୍ଡ ସୁଟର ଯୋଗ୍ୟତା ହାସଲ ମଧ୍ୟ କରି ନାହାନ୍ତି ଏପରି କି ରାଜ୍ୟ ସ୍ତରରେ ମଧ୍ୟ ଆଇ.ଏସ. ଏସ.ଏଫ୍ କାଟାଗୋରୀ ଅଲିମ୍ପିକ୍ ଇଭେଣ୍ଟ ରେ କୌଣସି ମେଡାଲ ହାସଲ କରି ନାହାନ୍ତି । ଯାହା ବି ଅଛି ନନ ଅଲିମ୍ପିକ୍ ଇଭେଣ୍ଟ ( ଯେଉଁ ଇଭେଣ୍ଟ କି ବନ୍ଦ କରାଯାଇଛି )ଓପନ ସାଇଟ୍ ରେ ଅଛି , ଯାହା ର କୌଣସି ମୂଲ୍ୟ ନାହିଁ ତଥା ଏହି ଇଭେଣ୍ଟ କୁ ଗଣନା କରାଯାଏ ନାହି କିନ୍ତୁ ପ୍ରଶାସନ ଏ କଥା ଜାଣିଛି କି ନାହିଁ ? ଯଦି ଜାଣିଛି ତେବେ ଲାଇସେନ୍ସ ଆବେଦନ ପତ୍ର ରଦ୍ଧ କିମ୍ବା ରିଜେକ୍ଟ କରୁ ନାହିଁ କାହିଁକି। ଯଦି ଜାଣିନି ତେବେ “ଓଡ଼ିଶା ରାଇଫଲ ଏସୋଷିଏସନ ” ଭୁବନେଶ୍ୱର ର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିବା କଥା । କାରଣ ଜଣେ ଖେଳାଳି ଜାତୀୟ ସ୍ତର ରେ ଖେଳିବା ପାଇଁ ଅନ ଲାଇନ୍ ନେସନାଲ ରାଇଫଲ ଏସୋସିଏସନ ରେ ଏଣ୍ଟ୍ରି କରେ ତାପରେ ଏହି ଏଣ୍ଟ୍ରି କୁ ଓଡ଼ିଶା ରାଇଫଲ ଏସୋସିଏସନ ସ୍ଵୀକୃତି ପ୍ରଦାନ ନ କରିବା ପର୍ଯ୍ୟନ୍ତ ଖେଳିବା ପାଇଁ ଏଣ୍ଟ୍ରି ପାଇଁ କମ୍ପିଟିଟର କାର୍ଡ ମିଳେ ନାହିଁ । ଏହି ସବୁ ରେକର୍ଡ କୁ ତନଖି କରିବା କଥା । ତେବେଏହିପରି ଘୋଟାଲା ହେଉଥିବାରୁ ଜିଲ୍ଲାର ଭଲ ଖେଳାଳି ରିଣାଉଣ୍ଡ ସୁଟର ମାନେ ଅସୁବିଧାରେ ପଡ଼ିବା ଆଶଙ୍କା ଦେଖା ଗଲାଣି । ସୁଟିଂ ଏକ ଖେଳ ହୋଇଥିବାରୁ ଜିଲ୍ଲା କ୍ରୀଡା ଅଧିକାରୀ ଏଥିରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିବା କଥା କିନ୍ତୁ ତାହା ହେଉନାହିଁ । ଫଳରେ ଏହିପରି ଅସୁବିଧା ଉତ୍ପନ୍ନ ହେଉଛି । ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି ଯେ, ସ୍ଵୟଂ ଦେବ ପଟ୍ଟନାୟକ ଙ୍କ ବାପା ସଞ୍ଜୀବ ପଟ୍ଟନାୟଙ୍କ ଖେଳ ଏତିକିରେ ସରିନାହିଁ , ପକ୍କାଘର , ଏସି, କାର, ସହିତ ଇଭେଣ୍ଟ ମ୍ୟାନେଜମେଣ୍ଟ ବ୍ୟବସାୟୀକ ସଂସ୍ଥା ଥିବା ସତ୍ତ୍ୱେ ତହସିଲ ଅଫିସରୁ ଧରାଧରି କରି ବାର୍ଷିକ ଏକଲକ୍ଷ ଭିତରେ ନିମ୍ନ ଆୟ ପ୍ରମାଣ ପତ୍ର ହାତେଇ ବିଭିନ୍ନ ସରକାରୀ ଯୋଜନା ହରିଲୁଟ କରୁଛନ୍ତି । ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ରୁ ବାଦ୍ ପଡୁଛି । ନିମ୍ନ ଆୟ ପ୍ରମାଣ ପତ୍ର କୁ ନେଇ ବିଭିନ୍ନ କର୍ପୋରେଟ ସଂସ୍ଥା ର ସି.ଏସ.ଆର ଯୋଜନା ରୁ ବିଭିନ୍ନ ଉପାୟ ରେ ସୁବିଧା ହାସଲ କରିବା ପାଇଁ ଉଦ୍ୟମ କରିବା ପଛାଉ ନାହାନ୍ତି । ବିଶ୍ଵସ୍ତ ସୂତ୍ର ରୁ ଜଣା ଯାଏ ଯେ ଏନ.ଟି.ପି.ସି ତାଳଚେର ଥର୍ମାଲ ରୁ ଲକ୍ଷାଧିକ ଟଙ୍କା ର ସୁଟିଂ ସାମଗ୍ରୀ ଏବଂ ତିନି ରୁ ପାଞ୍ଚ ଲକ୍ଷ ଟଙ୍କାର ଜର୍ମାନ ତିଆରି ବନ୍ଧୁକ ହାତେଇବାରେ ପ୍ରଚେଷ୍ଟା ଚଳାଇଛନ୍ତି ଏପରି ହେଲେ ଜିଲ୍ଲାର ଭଲ ପ୍ରତିଭାବାନ ଖେଳାଳୀ ମାନେ ନିରୁତ୍ସାହିତ ହେଉଛନ୍ତି । ଯିଏ ଧନୀ ଥିଲେ ମଧ୍ୟ ଯୋଗାଡିଆ ହେଲା ତାକୁ ସୁବିଧା ମିଳିବ କିନ୍ତୁ ପ୍ରତିଭା ଶାଳୀ ଗରିବ ଖେଳାଳୀ ଙ୍କୁ ପ୍ରଶାସନ ଅଣଦେଖା କରିବ ଏହା ଠିକ୍ ନୁହେଁ ବୋଲି ଜନ ସାଧାରଣ ରେ ମତ ପ୍ରକାଶ ପାଇଛି। ଏହି ବିଷୟ ରେ ଟି.ଟି. ପି.ଏସ ଉଚ୍ଚ ଅଧିକାରୀ ତଥା ସତର୍କତା ବିଭାଗ କୁ ଅଭିଯୋଗ ପାଇଁ ବିଭିନ୍ନ ସଂଗଠନ ଅଣ୍ଟା ଭିଡ଼ିଲେଣି । ସୂଚନା ମିଳେ ଯେ , ଗତ ଜାନୁୟାରୀ ୨୬ ପ୍ୟାରେଡ ରେ ତାଳଚେର କଲେଜ ମଇଦାନ ରେ ଉପଖଣ୍ଡ ପ୍ରଶାସନ ତରଫରୁ ସୁଟର ମାନଙ୍କୁ ଉତ୍ସାହିତ କରିବା ପାଇଁ ତାଳଚେର ଉପ ଜିଲ୍ଲାପାଳ ସମୀର କୁମାର ଜେନା ସମ୍ବର୍ଦ୍ଧିତ କରିଥିଲେ କିନ୍ତୁ ସଞ୍ଜୀବ ପଟ୍ଟନାୟକ ସେଥିରେ ମଧ୍ୟ ଯୋଗାଡିଆ ସାଜି ଜଣେ ନାବାଳକ ଝିଅ , ଯିଏକି ଜିଲ୍ଲାର ଏକମାତ୍ର ଜଣେ ଜାତୀୟ ସ୍ତରୀୟ ରିନାଉଣ୍ଡ ପିସ୍ତଲ ସୁଟର ତଥା ନେସନାଲ ଗେମ ରେ ଭାଗ ନେଇଥିବା ଅନୁଗୁଳ ଜିଲ୍ଲାର ପ୍ରଥମ ବାଳିକା ଅଟନ୍ତି । ତାଙ୍କୁ ବିମାନ ରେ ଯାତ୍ରା ସହିତ , ଓଡ଼ିଶା ସରକାର ଙ୍କ କ୍ରୀଡା ବିଭାଗ ରୁ ସମସ୍ତ ଖର୍ଚ୍ଚ ପ୍ରଦାନ କରାଯାଇଥିଲା । ଏହିପରି ପ୍ରତିଭା ସମ୍ପନ୍ନ ଖେଳାଳୀ ଙ୍କୁ ବାଦ୍ ଦେଇ ନିଜ ପୁତ୍ର କୁ ସମ୍ମାନିତ କରାଇବା ଫଳରେ ଏବଂ ଏହି ବିଷୟ ଜଣା ପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏହାର ବ୍ୟବସ୍ଥା କରାଯାଇଥିଲା । ଏହି ସବୁ ବିଷୟ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବୀ ହେଉଛି ।