ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ଅଧିକାରି ପ୍ରଦୀପ କୁମାର ମିଶ୍ର ଜଣେ ଲୋକଙ୍କ ଠାରୁ ନିଜ ବାସଭବନରେ ଟଙ୍କା ଗଣତି କରି ନେଉଥିବା ର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ! ଅଧିକାରି ଜଣକ ଲାଞ୍ଚ ନେଇ କାଠମାଫିଆ ଙ୍କୁ ଛାଡିଦେଉଥିବା ପ୍ରଶ୍ନ ଉଠୁଥିବାବେଳେ ରେଞ୍ଜର ନିଜେ ଟଙ୍କା ଗଣତି କରିସାରିବା ପରେ ପାଞ୍ଚସହ ଟଙ୍କା ଫେରସ୍ତ କରୁଥିବାର ମଧ୍ଯ ଜଣାପଡୁଛି,
ତେବେ ସରକାର ଜଙ୍ଗଲ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ବାବୁ ନିଜ ସ୍ୱାର୍ଥ ଲାଗି ଗଛ କାଟି ଚାଲାଣ କରିବା ପାଇଁ ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ଭିଡ଼ିଓ ସାମ୍ନାକୁ ଆସିବା ପରେ ବନ ବିଭାଗ ର ଅସଲ ଗୁମର ପଦାରେ ପଡିଛି l ଅନ୍ୟପଟେ କାହାଠାରୁ ଲାଞ୍ଚ ନେଇନଥିବା କହିଛନ୍ତି ବୁଗୁଡ଼ା ବନାଞ୍ଚଳ ଅଧିକାରୀ |

