You are currently viewing କଟକ ସଦର ବ୍ଲକ୍ ବିଡ଼ିଓଙ୍କୁ ଭିଜିଲାନ୍ସ ପରିସରଭୁକ୍ତ କରିବାକୁ ଉବିପ ସଭାପତି ଯୁବ ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ରଙ୍କ ଦାବୀ ।
କଟକ ସଦର ବ୍ଲକ୍ ବିଡ଼ିଓଙ୍କୁ ଭିଜିଲାନ୍ସ ପରିସରଭୁକ୍ତ କରିବାକୁ ଉବିପ ସଭାପତି ଯୁବ ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ରଙ୍କ ଦାବୀ ।

କଟକ : କଟକ ସଦର ବ୍ଲକର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁଙ୍କ ଘର ଉପରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଛି । ଏନେଇ ଉତ୍କଳ ବିକାସ ପରିଷଦ(ଉଵିପ) ପକ୍ଷରୁ ଵୟାଳିଶମୌଜା କଳପଡାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପରିଷଦର ସଭାପତି ଯୁବ ସ୍ତମ୍ବକାର ତଥା ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସଦର ବ୍ଲକର ବିଡ଼ିଓଙ୍କ ସହ ବ୍ଲକର ଅନ୍ୟ କର୍ମଚାରୀ ମାନଙ୍କୁ ତଦନ୍ତ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଛନ୍ତି । ବରିଷ୍ଟ ଯନ୍ତ୍ରୀଙ୍କୁ ଦାୟୀତ୍ବ ଦିଆ ନଯାଇ ପ୍ରଶାସନ କିପରି ଶ୍ରୀ ଭୂୟାଁଙ୍କ ଭଳିଜଣେ କନିଷ୍ଠଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀରେ ବସାଇଥିଲେ ଏବଂ ୪ ବର୍ଷ ଭିତରେ ଏତେ ଆୟ ବହିର୍ଭୁତ ସମ୍ପତି କିପରି ଠୁଳ କଲେ ତାହା ତଦନ୍ତ କରି ଭିଜିଲାନ୍ ସଠିକ୍ ତଥ୍ୟ ଜନତାଙ୍କୁ ପ୍ରଦାନ କରିବାକୁ ଶ୍ରୀ ସେଠୀ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ବହୁ ସଦସ୍ୟ ଉପସ୍ଥିତ ଥିଲେ ।