You are currently viewing ଅବକାରୀ ବିଭାଗ ଜାଲରେ ଗଞ୍ଜେଇ ବେପାରୀଯୁବକ ଗିରଫ
ଅବକାରୀ ବିଭାଗ ଜାଲରେ ଗଞ୍ଜେଇ ବେପାରୀଯୁବକ ଗିରଫ

ରାଉରକେଲା ସହର ସଂଲଗ୍ନ ପ୍ଲାଣ୍ଟସାଇଟ୍ ପୋଲିଶ ଏକ ଗୁପ୍ତ ସୂଚନା ଆଧାରରେ ସେକ୍ଟର-୨୧ ନୂଆବଜାର ରାମେଶ୍ୱରପାଲୀ ଅଞ୍ଚଳର ସୁବ୍ରତ ପଟ୍ଟନାୟକ (୨୪)ଙ୍କୁ ୧ କେଜି ୩୯୫ ଗ୍ରାମ ଗଞ୍ଜେଇ ସମେତ ଗିରଫ କରିଛି। ବେଆଇନ ଭାବରେ ସୁବ୍ରତ ଗଞ୍ଜେଇ ଚାଲାଣ କରିବାର ଅଭିଯୋଗ ହୋଇଛି। ପ୍ଲାଣ୍ଟସାଇଟ୍ ପୋଲିଶ ତାକୁ ଗିରଫ କରି କେଶ ନଂ ୯୬୪/୨୪ ରେ ମାମଲା ରୁଜୁ କରିଛି। ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ମହତାବ ରୋଡ଼ ହନୁମାନ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ନିକଟରୁ ୩୨ କେଜି ଗଞ୍ଜେଇ ଜବତ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପରେ ତାଙ୍କୁ ଜେଲ ପଠା ଯାଇଥିଲା।
ପଶ୍ଚିମଓଡିଶା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।