You are currently viewing ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡିଲେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡିଲେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ

ପୁଣି ଭିଜିଲାନ୍ସ ପଞ୍ଝା ରେ ଲାଞ୍ଚୁଆ ବାବୁ l ବିଲ କରିଦେବା ପାଇଁ ହିତାଧିକାରୀ ଙ୍କ ଠାରୁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ l ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ର ସହକାରୀ ମତ୍ସ ଅଧିକାରୀ ସୁରେଶ କୁମାର ବେହରା ଙ୍କୁ ରଙ୍ଗେହାତ ଧରିଛି ଭିଜିଲାନ୍ସ l ମାଛ ଜାଆଁଳା ବିଲ କରିବା ପାଇଁ ଜଣେ ହିତାଧିକାରୀ ଙ୍କ ଠାରୁ ଫୋନ ପେ ଆଠହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାସନ୍ସ ବ୍ଲକ ପରିସର କାର୍ଯ୍ୟାଳୟ ରେ ଚଢାଉକରୀ କରିଛି l ଅନଲାଇନ ମାଧ୍ୟମରେ ବାବୁ ଲାଞ୍ଚ ନେଉଥିବା ସୂଚନା ମିଳିଥିବା ବେଳେ ପୋଲସରା ସହର ବାପୁଜୀ ନଗର ସ୍ଥିତ ଭଡା ଘର ଏବଂ କାର୍ଯ୍ୟାଳୟ ରେ ଚଢ଼ାଉ କରୀ କାଗଜପତ୍ର ସହ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ l.

ପୋଲସରା କାର୍ଯ୍ୟାଳୟରୁ ନଗଦ ୫୦ହଜାର ଟଙ୍କା ଓ ରହୁଥୁବା ଭଡା ଘରୁ ୧ଲକ୍ଷ ଟଙ୍କା ଏହିପରି ମୋଟ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି| ଏଥି ସହିତ ନିଜ ପୈତୃକ ଗ୍ରାମ ବରକୁଳ ରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି |ଚଢ଼ାଉ ସମୟରେ ଭିଜିଲାନ୍ସ ବିଭାଗ ର ଡ଼ିଏସପି ବୈଦେହୀ ବେହେରା, ଆଇ ଆଇ ସି ସୌମ୍ୟ ପଣ୍ଡା ଓ ଶରତ ପାତ୍ର, ଏ ଏସ ଆଇ ସଂଜୀବ ରେଡି, ଦୁର୍ଗାପ୍ରସାଦ ହୋତାପ୍ରମୁଖ ଏହି ଚଢ଼ାଉ ରେ ନିୟୋଜିତ ଥିଲେ |
ପୁରୁଷୋତ୍ତମପୁର ରୁ ପ୍ରସନ୍ନ କୁମାର ଦାଶ ଙ୍କ ରିପୋର୍ଟ,