ବ୍ରହ୍ମପୁର : ଭାରତୀୟ ବିକାଶ ପରିଷଦ ତରଫରୁ ଏକ ସାମ୍ବାଦିକ ସମିଳନୀ ଜରିଆରେ ସଭାପତି ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀ ବିଭିନ୍ନ ପ୍ରସ୍ତାବ ଗୁଡିକ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି I
ପ୍ରକାଶ କରିଲେ ଯେ ଗଞ୍ଜାମ ଜିଲ୍ଲାକୁ ପୁନ ଗଠନ କରି ଚାରି (4) ଗୋଟି ଜିଲ୍ଲା ଗଠନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନା କରାଗଲା ଯଥା :- (1)-ବ୍ରହ୍ମପୁର ଜିଲ୍ଲା, ମୁଖ୍ୟ ଦପ୍ତର -ବ୍ରହ୍ମପୁର (2)-ଘୁମୁସର ଜିଲ୍ଲା ମୁଖ୍ୟ ଦପ୍ତର -ଭଞ୍ଜନଗର (3)-ଋଷିକୂଲ୍ୟା ଜିଲ୍ଲା ମୁଖ୍ୟ ଦପ୍ତର- ଆସିକା ଏବଂ (4)-ଗଞ୍ଜାମ ଜିଲ୍ଲା ସଦର ମହକୁମା -ଛତ୍ରପୁର ଠାରେ ବିଧିବଦ୍ଧ ଭାବେ ଘୋଷଣା କରିବା ପାଇଁ ଅଭିଭକ୍ତ ଗଞ୍ଜାମ ବାସୀଙ୍କ ଦୀର୍ଘ ୪୦ ବର୍ଷର ସାମୁହିକ ସ୍ବପ୍ନକୁ ସାକାର କରିବା ପାଇଁ ଭାରତୀୟ ବିକାଶ ପରିଷଦ ନିମ୍ନ ମତେ ପ୍ରସ୍ତାବ ଉପସ୍ଥାପନା କରିଥିଲେ l
ଗଞ୍ଜାମ ଜିଲ୍ଲାକୁ ତତ୍କାଳୀନ ବିଜୁ ପଟ୍ଟନାୟକ ସରକାର ୧୯୯୨ ମସିହାରେ ପୁନ ଗଠନ କରି ନୂତନ ଜିଲ୍ଲା ଭାବେ ଗଜପତି ଜିଲ୍ଲା ଗଠନ କରିଥିଲେ l ୧୯୯୨ ମସିହା ଠାରୁ ଗଞ୍ଜାମ ଜିଲ୍ଲା ୨୨ ଗୋଟି ବ୍ଲକ ୧୮ ଗୋଟି ସହରାଞ୍ଚଳ ମୋଟ ୩୨୫୦ ରାଜସ୍ୱ ଗ୍ରାମ କୁ ନେଇ ଗଞ୍ଜାମ ଜିଲ୍ଲା ଅବସ୍ତିତ ମୋଟ ଜନସଂଖ୍ୟା ୩୫୨୯୦୨୧ ଅଟେ l ଯାହାକି ରlଜନୈତିକ, ଭୌଗଳିକ, ପ୍ରଶାସନିକ ଦୃଷ୍ଟିରୁ ଓଡ଼ିଶାର ସର୍ବ ବୃହତମ ଜିଲ୍ଲା ଅଟେ l ପ୍ରସ୍ତାବିତ ଘୁମୁସର ଜିଲ୍ଲା ମୁଖ୍ୟ ଦପ୍ତର – ଭଂଜନଗର ପ୍ରସ୍ତାବିତ ନୂତନ ଘୁମୁସର ଜିଲ୍ଲା ମୁଖ୍ୟଦପ୍ତର ଭଞ୍ଜନଗର କରାଯିବା ସହିତ ମୋଟ ୦୫ ଗୋଟି ବ୍ଲକ ଯଥା- ଭଞ୍ଜନଗର ବ୍ଲକ, ବୁଗୁଡ଼ା ବ୍ଲକ, ସୁରଡ଼ା ବ୍ଲକ, ବେଲଗୁଣ୍ଠା ବ୍ଲକ ଏବଂ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଭୁକ୍ତ କରାଯିବା ସମେତ ୪ ଗୋଟି ସହରାଞ୍ଚଳ କୁ ନେଇ ଘୁମୁସର ଜିଲ୍ଲା ଗଠନ ପାଇଁ ଭାରତୀୟ ବିକାଶ ପରିଷଦ ପ୍ରସ୍ତାବ ପ୍ରଦାନ କରିଛନ୍ତି l
ପ୍ରସ୍ତାବିତ ଘୁମୁସର ଜିଲ୍ଲାରେ ମୋଟ ୭୬୫ ରାଜସ୍ୱ ଗ୍ରାମ ଏବଂ ୪ ଗୋଟି ସହରାଞ୍ଚଳ ସଂସ୍ଥା ମୋଟ ଜନସଂଖ୍ୟା -୬୫୪୧୭୮ ଅଟେ l ଦ୍ଵିତୀୟ ପ୍ରସ୍ତାବିତ ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ଦପ୍ତର- ବ୍ରହ୍ମପୁର
ପ୍ରସ୍ତାବିତ ନୂତନ ବ୍ରହ୍ମପୁର ଜିଲ୍ଲା ମୁଖ୍ୟଦପ୍ତର ବ୍ରହ୍ମପୁର, ଏବଂ ମୋଟ ୦୭ ଗୋଟି ବ୍ଲକ ଯଥା -ରଙ୍ଗେଈଲୁଣ୍ଡା ବ୍ଲକ, ପାତ୍ରପୁର ବ୍ଲକ, ଚିକିଟି ବ୍ଲକ, ଦିଗପହଣ୍ଡି ବ୍ଲକ, ସାନଖେମୁଣ୍ଡି ବ୍ଲକ , କୁକୁଡାଖଣ୍ଡି, ହିଞ୍ଜିଳିକାଟୁ ବ୍ଲକ ସମେତ ୫ ଗୋଟି ସହରାଞ୍ଚଳ କୁ ନେଇ ବ୍ରହ୍ମପୁର ଜିଲ୍ଲା ଗସ୍ଥାନ ପାଇଁ ଭାରତୀୟ ବିକାଶ ପରିଷଦ ପ୍ରସ୍ତାବ ପ୍ରଦାନ କରିଛନ୍ତି l
ପ୍ରସ୍ତାବିତ ବ୍ରହ୍ମପୁର ଜିଲ୍ଲାରେ ମୋଟ ୧୧୫୩ ରାଜସ୍ୱ ଗ୍ରାମ ଏବଂ ୫ ଗୋଟି ସହରାଞ୍ଚଳ ସଂସ୍ଥା ମୋଟ ଜନସଂଖ୍ୟା ୧୬୧୧୭୯୭ ଅଟେ l ତୃତୀୟ ପ୍ରସ୍ତାବିତ ଋଷିକୁଲ୍ୟା ଜିଲ୍ଲା ମୁଖ୍ୟ ଦପ୍ତର ଆସିକା ପ୍ରସ୍ତାବିତ ନୂତନ ଋଷିକୁଲ୍ୟା ଜିଲ୍ଲା ମୁଖ୍ୟଦପ୍ତର ଆସ୍କା କରାଯିବା ସହିତ ମୋଟ ୦୬ ଗୋଟି ବ୍ଲକ ଯଥା-, ଆସିକା ବ୍ଲକ, ଧରାକୋଟ ବ୍ଲକ, ଶେରଗଡ଼ ବ୍ଲକ, ପୋଲସରା ବ୍ଲକ, କବିସୂର୍ଯ୍ୟନଗର ବ୍ଲକ, ଏବଂ ବେଗୁନିଆ ପଡା ବ୍ଲକ ଅନ୍ତର୍ଭୁକ୍ତ କରାଯିବା ସମେତ ୦୪ ଗୋଟି ସହରାଞ୍ଚଳ କୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ଭାରତୀୟ ବିକାଶ ପରିଷଦ ପ୍ରସ୍ତାବ ପ୍ରଦାନ କରିଛନ୍ତି l
ପ୍ରସ୍ତାବିତ ଋଷିକୂଲ୍ୟା ଜିଲ୍ଲାରେ ମୋଟ ୭୯୨ ରାଜସ୍ୱ ଗ୍ରାମ ଏବଂ ୦୪ ଗୋଟି ସହରାଞ୍ଚଳ ସଂସ୍ଥା ମୋଟ ଜନସଂଖ୍ୟା- ୮୬୫୯୯୩ ଅଟେ l ପ୍ରସ୍ତାବିତ ଗଞ୍ଜାମ ଜିଲ୍ଲା ମୁଖ୍ୟ ଦପ୍ତର -ଛତ୍ରପୁର
ପୂର୍ଣ୍ଣଗଠିତ ଗଞ୍ଜାମ ଜିଲ୍ଲା ମୁଖ୍ୟଦପ୍ତର ଛତ୍ରପୁର କରାଯିବା ସହିତ ମୋଟ -୦୪ ଗୋଟି ବ୍ଲକ ଯଥା -ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ, ପୁରୁଷୋତମପୁର ବ୍ଲକ ଏବଂ ଖଲ୍ଲିକୋଟ ବ୍ଲକ ଅନ୍ତର୍ଭୁକ୍ତ କରାଯିବା ସମେତ ୫ ଗୋଟି ସହରାଞ୍ଚଳ କୁ ନେଇ ଗଞ୍ଜାମ ଜିଲ୍ଲା ଗଠନ ପାଇଁ ଭାରତୀୟ ବିକାଶ ପରିଷଦ ପ୍ରସ୍ତାବ ପ୍ରଦାନ କରିଛନ୍ତି l ପ୍ରସ୍ତାବିତ ଗଞ୍ଜାମ ଜିଲ୍ଲାରେ ମୋଟ-୩୯୬ ରାଜସ୍ୱ ଗ୍ରାମ ଏବଂ ୫ ଗୋଟି ସହରାଞ୍ଚଳ ସଂସ୍ଥା ମୋଟ ଜନସଂଖ୍ୟା-୫୯୯୩୭୫ ଅଟେ l
ପ୍ରସ୍ତାବ- ରାଜସ୍ୱ କମିଶନର କାର୍ଯ୍ୟାଳୟ ଉଛେଦ
ଓଡ଼ିଶାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବ୍ରହ୍ମପୁର, ପଶ୍ଚିମାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର, ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର କଟକ କାର୍ଯ୍ୟାଳୟକୁ ସମ୍ପୂର୍ଣ ଭାବେ ଉଛେଦ କରାଯାଉ କାରଣ ରାଜସ୍ୱ କମିଶନରଙ୍କୁ ଦିଆଯାଇଥିବା ପ୍ରାୟ ସମସ୍ତ କ୍ଷମତା ରାଜ୍ୟସରକାର ପ୍ରତ୍ୟାହାର କରିନେଇଛନ୍ତି କେବଳ ଆବଶ୍ୟକ ସ୍ଥଳେ କିଛିପରିସ୍ଥିତି ସମୁଖୀନ ଉପୁଜିଲେ କେବଳ ତଦ୍ଦନ୍ତ ଦାୟିତ୍ୱ କରନ୍ତି l
ସାଧାରଣ ତଦନ୍ତ ପାଇଁ ମାସିକ କୋଟି କୋଟି ଟଙ୍କା ରାଜକୋଷ ବର୍ବାଦ କରାଯାଉଛି, କେବଳ ତଦନ୍ତ ପାଇଁ IAS ଅଧିକାରୀ, ଏକାଧିକ OAS ଅଧିକାରୀ, କିରାଣୀ, ପିଅନ ଓ ଡ୍ରାଇଭର ଇତ୍ୟାଦି ଅନ୍ୟାନ୍ୟ ଶତାଧିକ କର୍ମଚାରୀଙ୍କ ଦରମା, ଭତା, ପେନଶନ, ଇତ୍ୟାଦି ବଦଖର୍ଚ୍ଚ କୁ ରୋକାଯାଇପାରିବI ଉକ୍ତ ପାଣ୍ଠି ରାଜ୍ୟର ଉନ୍ନତି ପାଇଁ ଖର୍ଚ୍ଚ ହେଇପାରିବ I
ପ୍ରସ୍ତାବିତ ସମସ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଉଛେଦ ଓଡ଼ିଶାରେ ଥିବା ୫୮ ଗୋଟି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ସମ୍ପୂର୍ଣ ଭାବେ ଉଛେଦ କରି ସମସ୍ତ ରାଜସ୍ୱ ସବ ଡିଭିଜନ ଵା ରାଜସ୍ୱ ଉପଖଣ୍ଡ କୁ ଜିଲ୍ଲାରେ ପରିଣତ କରି ଜିଲ୍ଲା ଘୋଷଣା କରାଯାଉ ଯାହାଫଳରେ ପ୍ରଶାସନ ସର୍ବସାଧାରଙ୍କ ନିକଟତର ହେଇପାରିବ ଯାହାଫଳରେ ଦୁର୍ନୀତି ଓ ଭ୍ରଷ୍ଟାଚାରl ଲୋପ, ରାଜକୋଷ ବାଟମାରଣା ଓ ଲୁଣ୍ଠନକୁ ରୋକାଯାଇପାରିବl
ଉପଜିଲ୍ଲା କାର୍ଯ୍ୟାଳୟ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସେହି ଖର୍ଚରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିଚାଳନା ହେଇ ଓଡ଼ିଶାର ପ୍ରଗତି ରଥ ଆଗେଇ ନେଇପାରିବା ସହିତ ପ୍ରଶାସନିକ ସଂସ୍କାର ହେଇପାରିବ l
ରାଜ୍ୟର ସମସ୍ତ ତହସିଲଦାରଙ୍କୁ CRPC ଓ CPC ଦ୍ୱାରା ନ୍ୟସ୍ତ ଏକଜେକୁଟିଭ ମାଜିଷ୍ଟ୍ରେଟ କ୍ଷମତା ହସ୍ତାନ୍ତରିତ l
ଉପଜିଲ୍ଲାପାଳ ଙ୍କ ଠାରେ ଆଇନାନୁଯାୟୀ CRPC ଓ CPC ଦ୍ୱାରା ନ୍ୟସ୍ତ ସମସ୍ତ ଏକଜେକୁଟିଭ ମାଜିଷ୍ଟ୍ରେଟ କ୍ଷମତା ରାଜ୍ୟରେ ନିଯୁକ୍ତ ସମସ୍ତ ତହସିଲଦାର ଙ୍କୁ ପ୍ରଦାନ କରିଲେ ଉପଜିଲ୍ଲା କାର୍ଯ୍ୟାଳୟର କୌଣସି ଆବଶ୍ୟକତା ହେବନାହିଁ I
ସମସ୍ତ ଦପ୍ତର କାର୍ଯ୍ୟ ନିୟମ ପ୍ରକାରେ ପରିଚାଳନା ହେଇପାରିବ I
ରାଜ୍ୟର ସାମୁହିକ ସ୍ୱାର୍ଥ, ପ୍ରଶାସନିକ ସଂସ୍କାର, ରାଜକୋଷ ଲୁଣ୍ଠନ ଓ ବାଟମାରଣା ରୋକ, ଦୁର୍ନୀତି ଓ ଭ୍ରଷ୍ଟାଚାର ଲୋପ, ରାଜକୋଷ ବଦଖର୍ଚ୍ଚ ଲଗାମ ସହିତ ପ୍ରଶାସନକୁ ସାଧାରଣ ଲୋକଙ୍କ ନିକଟରେ ପଂହଁଚାଇ ଓଡ଼ିଶାର ପ୍ରଗତିର ରଥ କୁ ଆଗେଇନେବl ପାଇଁ ପ୍ରସ୍ତାବ କୁ ତର୍ଜମା, ନିରୀକ୍ଷଣ, ଓ କାର୍ଯ୍ୟକାରିତା କରିବା ପାଇଁ ଭାରତୀୟ ବିକାଶ ପରିଷଦର ଦାବି ଯାହାଫଳରେ ଓଡିଶା ବାସୀଙ୍କୁ ନୂତନ ୫୮ ଗୋଟି ନୂତନ ଜିଲ୍ଲା ସୃଷ୍ଟି ହେଇ ଓଡିଶା ବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହେଇପାରିବ I
ଉକ୍ତ ସାମ୍ବାଦିକ ସମିଳନୀରେ ଶ୍ରୀ ସୋମନାଥ ନାୟକ ବରିଷ୍ଠ ଆଇନଜୀବୀ ଭଞ୍ଜନଗର ତଥା ଘୁମୁସର ଜିଲ୍ଲା ଆବାହକ, ଅଭିମନ୍ୟୁ ଗୌଡ଼, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଭାପତି ଭଞ୍ଜନଗର ବାର ଏସୋସିଏସନ ଅଯୋଧ୍ୟା ମହାପାତ୍ର, ସ୍ବେଛାସେବୀ ଭଞ୍ଜନଗର,ସୂର୍ଯ୍ୟନାରାୟଣ ବେହେରା, ପ୍ରତିଷ୍ଠାତା ସଭ୍ୟ ବିବିପି ଏବଂ ଦୀପକ କୁମାର ପଣ୍ଡା, ସ୍ବେଛାସେବୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଗତ ଉପତିତ ରହି ଭାଗ ନେଇଥିଲେ l
