You are currently viewing ତାରାତାରିଣୀ ମନ୍ଦିରରେ ଚୋର ଘଟଣା କୁ ବିଜେଡି ଦାୟୀ କଲା ବିଜେପିକୁ ,
ତାରାତାରିଣୀ ମନ୍ଦିରରେ ଚୋର ଘଟଣା କୁ ବିଜେଡି ଦାୟୀ କଲା ବିଜେପିକୁ ,

ଗଞ୍ଜାମ ଜିଲ୍ଳାର ପ୍ରସିଦ୍ଧ ଇଷ୍ଟ ଦେବୀ ରୂପେ ପରିଚିତ ମାଆ ତାରାତାରିଣୀଙ୍କ ମନ୍ଦିର ରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ଘଟଣା ଭକ୍ତଙ୍କ ମଧ୍ୟରେ ଦୁଃଖଭରି ଦେଇଛି |ଏହା ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେଗଞ୍ଜାମ ଜିଲ୍ଲା ବିଜେଡି ର ଏକ ଦଳ ମାଆ ଙ୍କ ପୀଠକୁଯାଇ ପ୍ରଥମେ ମାଙ୍କ ଦର୍ଶନ କରି ଚୋରୀ ଘଟଣାଉପରେ ସେବାୟତ ମାନଙ୍କ ସହ କଥା ହୋଇ ଏଥିପାଇଁ କେବଳ ଜିଲ୍ଲା ପ୍ରଶାସନ ଦାୟୀ ବୋଲି କହିଥିଲେ | ଏହି ଟିମ ରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ତନ ବିଧାୟକ ବିକ୍ରମ ପଣ୍ଡା, ଖଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଓ ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ସହିତ ଅନେକ ନେତା କର୍ମୀ ଯାଇ ଏକ ସାମ୍ବାଦିକ ସମ୍ମିଳନୀ କରିଏହି ଏହି ସମ୍ବେଦନ ଶିଳ ଘଟଣା କୁ ଦୃଢ଼ ନିନ୍ଦା କରିବା ସହ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଙ୍କ ଅସହଯୋଗ ଓ ଦାୟିତ୍ୱ ହୀନ ଯୋଗୁଁ ଏପରି ଘଟିଲା ବୋଲି କହିଥିଲେ |

ତାରାତାରିଣୀ ପାହାଡ଼ ଶିଖରରେ ଅବସ୍ଥାପିତ ମାଆ ତାରାତାରିଣୀ ମନ୍ଦିରରେ କେତେକ ଦୁବୃର୍ଭ ପଶି ନି
ମନ୍ଦିରର ତାଲା ଭାଙ୍ଗି ମାଆ ଙ୍କ ସୁନା, ରୁପା, ଟଙ୍କା ଚୋରୀ କରି ନେଇଯାଇଥିଲେ | ଏଥିପାଇଁ ସୁରକ୍ଷା ବ୍ୟବସ୍ତା ରେ ଢ଼ିଲା ଯୋଗୁଁ ଏପରି ଘଟିଲା ବୋଲି କହିଥିଲେ ବିଜେଡି ଦଳ କର୍ମ କର୍ତ୍ତା ମାନେ |

ଏପରି ମନ୍ଦିରରୁ ଘଟଣାରେ ଆଜି ରାଜ୍ୟ ବିଜେଡି କିପରି ଚୋରି ଘଟଣା କୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟ ଦୁଃଖିତ ହେବା ସହ ନୂଆଁ ସରକାର ଆସୁ ଆସୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି କହିଥିବାର ଜିଲ୍ଲା ସଭାପତି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି |


ସୂଚନାଯୋଗ୍ୟ ଯେ, ଦକ୍ଷିଣ ଓଡ଼ିଶା ସମେତ ସମଗ୍ର ଓଡ଼ିଶା ତଥା ରାଜ୍ୟ ବାହାରର ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଶକ୍ତି ପୀଠ ତଥା ପର୍ଯ୍ୟଟନୀ ସ୍ଥଳୀରେ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଇନାହିଁ । କେବଳ ପାହାଡ଼ ତଳେ ଥିବା ବିଟ୍ ହାଉସ୍‌ରେ ଜଣେ କନଷ୍ଟବଲ୍‌ଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମନ୍ଦିରର ସୁରକ୍ଷା, ଭକ୍ତଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ତା କରାଯାଇ ନାହିଁ | ଉପରେ ଆଲୋକ ର ବ୍ୟବସ୍ତା ନାହିଁ, ସିସିଟିଭି ର ବ୍ୟବସ୍ତା ନାହିଁ, ଭକ୍ତଙ୍କ ପାଇଁ କୌଣସି ଆକ୍ଷି ଦୃଶିଆ ବ୍ୟବସ୍ତା ହୋଇ ବାଥିବାରୁ ଏହାର ସୁଯୋଗ ନେଇ ଚୋର ମାନେ ଏପରି କାଣ୍ଡ ଭିଆ ଇଲେ |

ଯଦି ରାତ୍ର ରେ ସୁରକ୍ଷା ପାଇଁ ତାଲିମ ପ୍ରାପ୍ତ ଦୁଇଜଣ ସୁରକ୍ଷା କର୍ମୀ କିମ୍ବା ପୋଲିସ ମନ୍ଦିର ଭିତରେ ମୁତୟନ ହୋଇଥିଲେ ପରିସ୍ଥିତି ନିଶ୍ଚିତ ସୁଧୀରି ଯାଇଥାନ୍ତା ବୋଲି ସେମାନେ କହିଛନ୍ତି | ମନ୍ଦିର ସିଂହ ଦ୍ଵାର ତକେ ଏକ ଆଉଟ ପୋଷ୍ଟଯଦି ସରକାର କରିଥାନ୍ତେ ତେବେ ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା | ( ରିପୋର୍ଟ ପ୍ରସନ୍ନ କୁମାର ଦାସ)