ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଆନୁକୁଲ୍ୟରେ ରବିବାର ଦିନ ସ୍ଥାନୀୟ ଚନ୍ଦ୍ର ଚୁଡେଶ୍ବର ଶୈବପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଯୁକ୍ତ ମୋର୍ଚ୍ଚା ସମାବେଶ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ବବିତା ପାତ୍ର , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ , ଜିଲ୍ଲା ଉପସଭାପତି ସୁବାଷ ସାହୁ , ପରେଶ ଚନ୍ଦ୍ର ରଥ , ବରିଷ୍ଠ ନେତା ଶ୍ରୀକାନ୍ତ ପାଢ଼ୀ , ଲୋକସଭା ବିଚାରକ ରାମ ନାୟକ , ପ୍ରଭାରୀ ରାଜେଶ ସାହୁ ପ୍ରମୁଖ ମଞ୍ଚାସୀନ ରହି ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିଜ ସଂଗଠନକୁ ଅଧିକ ଦୃଢ଼ କରିବା ସହ ଜିଲ୍ଲାର ବିଭିନ୍ନ ସ୍ତରରୁ ଆସିଥିବା କର୍ମକର୍ତ୍ତାଙ୍କ ମନରେ ଏକତା ମନୋଭାବ ସୃଷ୍ଟି କରି ଶାନ୍ତି ଶୃଙ୍ଖଳାରେ ଦଳକୁ ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ । ଏଥିସହ ସଂଯୁକ୍ତ ମୋର୍ଚ୍ଚାକୁ ଅଧିକ କ୍ରିୟାଶୀଳ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥି ବୃନ୍ଦ ମତପୋଷଣ କରିଥିଲେ । ଏଥିସହ ଯେଉଁ କର୍ମୀ ଦଳରେ ବିଶୃଙ୍ଖଳା ସୃଷ୍ଟି କରେ ତାହାକୁ ଦଳରେ କୌଣସି କାର୍ଯ୍ୟକ୍ରମରେ ପ୍ରତ୍ସହ ଦିଆଯିବ ନାହିଁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ପୂଜାରୀ , ସିମାଞ୍ଚଳ ଶାସମଲ , ରଘୁନାଥ ଗୈାଡ , ନିରଞ୍ଜନ ଜେନା , ସୁଦାମ ବେହେରା , ଏ . ନନ୍ଦ କିଶୋର ସମେତ ବହୁ ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଶେଷରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଭବାନୀ ଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଏହି ସମାବେଶରେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ଯା ବୁଝି ଲୋକ ଲୋଚନକୁ ଆଣୁଥିବା ବିଜେପି ନେତା ଇଂ. ଉତ୍ତମ ପାଣିଗ୍ରାହୀଙ୍କୁ ନିମନ୍ତ୍ରିତ କରାଯାଇନଥିବା ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାପଡିଛି ।
ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
