ମା ତାରାତାରିଣୀ ପୀଠର ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ସରପଞ୍ଚ ମାନଙ୍କୁ ନେଇ ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ ସରପଞ୍ଚ ସଙ୍ଘ ଗଠନ କରାଯାଇଛି | ଏହି ସଙ୍ଘ ଗଠନରେ ପ୍ରାୟ 26 ଗୋଟି ପଞ୍ଚାୟତ ରୁ 20ଗୋଟି ପଞ୍ଚାୟତ ର ସରପଞ୍ଚ ମାନେ ଉପସ୍ଥିତ ରହି ଏହି ସର ପଞ୍ଚ ସଙ୍ଘ ର କର୍ମକର୍ତ୍ତା ଚୟନ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ବଡଖରିଡା ସରପଞ୍ଚ କମା ଦଳେଇ ଓ ସୁନା ଥର ସରପଞ୍ଚ ଅନିଲ କୁମାର ନାହାକ ଙ୍କ ସଂଯୋଜନା ରେ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ
ସଭାପତି ଭାବେ ଆଛୁଲି ସରପଞ୍ଚ, ସୁଧାକର ଗୌଡ଼, ଉପସଭାପତିଭାବେ ରାଇପୁର ସରପଞ୍ଚ, ନମିତା ବେହେରା।
ସମ୍ପାଦକ ଭାବେ ଭୁତସରସିଙ୍ଗି ସରପଞ୍ଚ, ମନୋଜ ଦାସ,କୋଷାଧ୍ୟକ୍ଷ ଭାବେ ପ୍ରତାପୁର ସରପଞ୍ଚ, କାସ ବେହେରା, ଙ୍କ ସହିତ ଅନ୍ୟାନ୍ୟ ସରପଞ୍ଚ ମାନେ ଉପସ୍ଥିତ ରହି ଥିଲେ | ଏବଂ ଆସନ୍ତା କାଲି ସାରା ରାଜ୍ୟରେ ସରପଞ୍ଚ ଙ୍କ 20ଗୋଟି ମୌଳିକ ଦାବି, ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ,5ଟି ସଚିବ, ପଞ୍ଚାୟତ ରାଜ ସଚିବ, ମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିବେ ବୋଲି ନୂତନ ସଭାପତି ସୁଧାକର ଗୌଡ଼ କହିଛନ୍ତି |
ରିପୋର୍ଟ ପ୍ରସନ୍ନ କୁମାର ଦାସ
