You are currently viewing ବିଜେପିର ମିଶନ୍ କବିସୂର୍ଯ୍ୟନଗର, ବିଶାଳ ବାଇକ୍ ରାଲି ସହ ପ୍ରଚାର ଜୋରଦାର
ବିଜେପିର ମିଶନ୍ କବିସୂର୍ଯ୍ୟନଗର, ବିଶାଳ ବାଇକ୍ ରାଲି ସହ ପ୍ରଚାର ଜୋରଦାର

ବିଜେପିର ହାଇ ଭୋଲଟେଜ୍ ପ୍ରଚାର, ନାରା ରହିଛି ମିଶନ୍ କବିସୂର୍ଯ୍ୟନଗର।
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପିକୁ ମିଳୁଛି ଭରପୁର ସମର୍ଥନ ।ନିର୍ବାଚନକୁ ମଝିରେ ଆଉ ମାତ୍ର ୮ ଦିନ ରହିଥିବା ବେଳେ ଜି ଜାନ୍ ଲଗାଇ ଭୋଟର ମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରୁଛନ୍ତି ବିଜେପି ନେତା। ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ନାୟକଙ୍କୁ ରେକର୍ଡ ସଂଖ୍ୟାରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ଯୁବ ଗୋଷ୍ଠୀ ସହ ବର୍ତ୍ତମାନ ଓ ପୂର୍ବତନ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ।କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଭ୍ରଷ୍ଟାଚାର ଓ ଦୁର୍ନୀତି ଲୋପ କରି ସୁଶାସନ ଦେବାକୁ ପ୍ରତିଶ୍ରୁତି ଦେଉଛି ବିଜେପି। ଶୁକ୍ରବାର ବେଗୁନିଆପଡ଼ା ବ୍ଳକର ୪୬ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ସହ ପ୍ରଚାର ଜୋରଦାର କରିଛି ବିଜେପି। ଓଡ଼ିଆ ଅସ୍ମିତା ତଥା ଓଡ଼ିଶାର ବିକାଶ ପାଇଁ ପରିବର୍ତ୍ତନ ଦରକାର ବୋଲି କହିଛନ୍ତି ବିଜେପି ନେତା ।କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ସ୍ବର୍ଗତ ରାଣୀ ସାହେବାକଂ ଅଞ୍ଚଳ ପ୍ରତି ଅବଦାନକୁ ସ୍ମରଣ କରିବା ସହ ବର୍ତ୍ତମାନର ବିଧାୟିକା ଓ ବିଧାୟିକା ପ୍ରାର୍ଥୀ ଲତିକା ପ୍ରଧାନଙ୍କ ବିରୁଦ୍ଧରେ ପିସି, ଦୁର୍ନୀତି, ଅପାରଗତା ଅଭିଯୋଗ କରି ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି ବିଜେପି କର୍ମକର୍ତ୍ତା। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେପି ନେତା ମନୋଜ କୁମାର ପାଣ୍ଡି ଓ ବିଜେପି ନେତା ଚିତ୍ରସେନ ପରିଡାଙ୍କ ତତ୍ବାବଧାନରେ ବରିଷ୍ଠ ସଂଗଠନ ବିଜୟ କୁମାର ଦୋରା, ସଞ୍ଜୀବ କୁମାର ସାହୁ, ଗୋପାଳକୃଷ୍ଣ ସାହୁ, ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ବିଜେପି ନେତା ପ୍ରତାପ ନାୟକଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ୍ କରିଥିବା ଦେଖିବାକୁ ମିଳିଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।