You are currently viewing : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି, (ଏହାଏକ ପ୍ରହସନ ଓ ଲୋକ ଦେଖାଣିଆ କହିଲେ ବିଜେଡି ନେତା )  <br> 
: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି, (ଏହାଏକ ପ୍ରହସନ ଓ ଲୋକ ଦେଖାଣିଆ କହିଲେ ବିଜେଡି ନେତା )  
 

ପୁରୁଷୋତ୍ତମପୁର , ୦୩/୦୨ – ( ପ୍ରସନ୍ନ କୁମାର ଦାସ ) -:-
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ରେ ରହିଥିବା ଅଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦିଆଯାଇ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରାଯାଇ ସେମାନଙ୍କୁ ଘର ଯୋଗାଇବା ଦାବିରେ ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ଘେରିଲେ ବାଦ ପଡ଼ିଥିବା ଶତାଧିକ ହିତାଧିକାରୀ ଓ ବିଜେପି କର୍ମୀ । ସହର ର ଏନଏସି କାର୍ଯ୍ୟାଳୟ ଠାରୁ ଏକ ରାଲି ରେ ବାହାରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହୋଇଥିବା ଅନିୟମିତତା ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା l

ଏହା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଯଦି ଆଗାମୀ ସାତଦିନ ମଧ୍ୟରେ ପ୍ରକୃତ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନକରାଯାଏ ତେବେ ବିଜେପି ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯିବା ନେଇ କୁହାଯାଇଛି ଳ ତେବେ ଏହି କାର୍ଯ୍ୟକ୍ରମ କୁ କେତେକ ବିଜେଡି ନେତା ତୀବ୍ର ନିନ୍ଦା କରିବା ସହ  କିଛି ବିଜେପି ନେତା ନିଜ ପାତିଆରା କୁ ବୃଦ୍ଧି କରିବା ସହିତ, ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହି ଭଳି ରାଲି କରୁଛନ୍ତି ବୋଲି କହିଛନ୍ତି | ସେପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯାହା କହୁଛନ୍ତି ମୋଦୀ ତାହା ଶୁଣୁ ଛନ୍ତି , ତେଣୁ ଏମାନଙ୍କ କଥା ର କିଛି ପ୍ରଭାବ ରାଜ୍ୟ ଉପରେ ପଡୁନି ବୋଲି ସେ ଦୃଢତାର ସହ କହି ଛନ୍ତି । କେନ୍ଦ୍ର ରେ ବିଜେଡି, ବିଜେପି ଏକାଠି, କିନ୍ତୁ ଓଡ଼ିଶାରେ କଥା କଟା କଟି ହେଉଛନ୍ତି ବୋଲି ମଧ୍ୟ ସାଧାରଣରେ ଲୋକେ ଚର୍ଚ୍ଚା କରୁଛନ୍ତି |