You are currently viewing ଖଲ୍ଲିକୋଟ ରେ କଂଗ୍ରେସ ର ଜୋନ ସ୍ତରୀୟ କର୍ମକର୍ତା ସମ୍ମିଳନୀବିଜେପି ଓ ବିଜେଡି ର ଦଳୀୟ ଅନ୍ତଃ କନ୍ଦଳ କଂଗ୍ରେସ କୁ ସୁହାଇବ
ଖଲ୍ଲିକୋଟ ରେ କଂଗ୍ରେସ ର ଜୋନ ସ୍ତରୀୟ କର୍ମକର୍ତା ସମ୍ମିଳନୀବିଜେପି ଓ ବିଜେଡି ର ଦଳୀୟ ଅନ୍ତଃ କନ୍ଦଳ କଂଗ୍ରେସ କୁ ସୁହାଇବ

ଖଲ୍ଲିକୋଟ : 28/7 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାନଘାଟି ସ୍ଥିତ ଡ଼ାଳ ଖାଇ ମନ୍ଦିର ପରିସର ରର ଖଲ୍ଲିକୋଟ ବ୍ଲକ କଂଗ୍ରେସ କମିଟି ତରଫରୁ ଏକ ବ୍ ଜୋନ ସ୍ତରୀୟ କଂଗ୍ରେସ କର୍ମକର୍ତା ମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା |ଆୟୋଜିତ ସମ୍ମିଳନୀ ବ୍ଲକ ସଭାପତି ମେଘନାଦ ଦଳାଇ ଅଧକ୍ଷତା କରିଥିବା ବେଳେ କଂଗ୍ରେସ ନେତା ବିଜୟ କୁମାର ସାହୁ ଓ ଭୋକଲି ସେଠୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସୁରଭି ବିଷୋୟୀ ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ( ପଶ୍ଚିମ )

ସାଧାରଣ ସମ୍ପାଦକ ସୁରେନ୍ଦ୍ରନାଥ ସାହୁ, ପି ସି ସି ସଭ୍ୟ ବିଶ୍ୱଜିତ ତରାଇ, ପୂର୍ବତନ ସରପଞ୍ଚ, ଅଜୟ ପଣ୍ଡା, ସନ୍ତୋଷ ବିଷୋୟୀ ପୂର୍ବତନ ସମିତି ସଭ୍ୟ ରଞ୍ଜନ ପାତ୍ର ନିରଞ୍ଜନ ଦାସ ପୂର୍ଣ୍ଣ ଚନ୍ଦ୍ର ସାହୁ ନାରାୟଣ ବେହେରା ଭାଗ୍ୟ ନାହାକ, ନଟବର ପ୍ରଧାନ ପ୍ରମୁଖ ଯୋଗ ଦେଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ବିଜେପି ଓ ବିଜେଡି ଦଳ ମଧ୍ୟରେ କ୍ଷମତା ପାଇଁ ପ୍ରବଳ ଅନ୍ତଃ କନ୍ଦଳ ରାସ୍ତାରେ ଲୁଟୁଛି |, ତେଣୁ କଂଗ୍ରେସ ଏହାର ସୁଯୋଗ ନେବା ପାଇଁ ପ୍ରୟାସ ଜାରି ରଖି ପୁରୁଣା କଂଗ୍ରେସ କର୍ମୀ ଙ୍କୁ ଘର ବାହୁଡା଼ କରି ତୃଣ ମୂଳ ସ୍ତର ରୁ କଂଗ୍ରେସ କୁ ମଜଭୁତ କରିବ |, କରଣ ସାରା ବିଶ୍ୱ ରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଗଭୀର ସମର୍ଥନ ମିଳୁଛି ବୋଲି ପ୍ରକାଶ କରି ଦେଶ ରେ 16 ଜଣ ଗୁଜରାତି ଓ ଅଦାନୀ ଙ୍କ ସରକାର ଚାଲିଛି ବୋଲି ତୀବ୍ର ସମାଲୋଚନା କରିଥିଲେ |

ଖଲ୍ଲିକୋଟ ରୁ ମାଧବ ବେହେରା ଙ୍କ ରିପୋର୍ଟ…