ଅନୁଗୁଳ : (ଦିଲୀପ କୁମାର ଚୋପଦାର) ଜିଲ୍ଲାର କୋଇଲା ନଗରୀ ତାଳଚେର,ସାଉଥ୍ ବଲଣ୍ଡା ସ୍ଥିତ ତାଳଚେର କୋଇଲା ଖଣି ମଜଦୂର ସଂଘର ଯୁମଦେ ଭବନ ଠାରେ ଏକ ସମ୍ଭର୍ଦ୍ଧନା ସଭା ବଡ ଉତ୍ସାହ ଉଦ୍ଦୀପନା ମଧ୍ୟ ରେ ଆୟୋଜନ ହୋଇଯାଇଛି । ସୂଚନା ଯୋଗ୍ୟ ଯେ,ମହାରାଷ୍ଟ୍ର ର ନାଗପୁର , ରେଶମ ବାଗ ଠାରେ ଅବସ୍ଥିତ ରାଷ୍ଟ୍ରୀୟ ସ୍ଵୟଂ ସେବକସଂଘ ମୁଖ୍ୟାଳୟ , ଡାକ୍ତର ହେଡଗେୱାର ସ୍ମୃତି ଭବନ ରେ ଭାରତୀୟ ମଜଦୂର ସଂଘ ର ୧୯ ତମ ତ୍ରେଇମାସିକ ଅଧିବେଶନରେ ସର୍ବ ସମ୍ମତି କ୍ରମେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ରଞ୍ଜନ କୁମାର ବେହେରା ଙ୍କୁ ଅଖିଲ ଭାରତୀୟ ଖଦାନ ମଜଦୂର ସଂଘ

(କୋଲ ଫେଡରେଶନ) ର ନୂଆଁ କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଚୟନ କରାଯାଇଛି । ସେଥିପାଇଁ ସମଗ୍ର ଏମସିଏଲ କୋଇଲାଞ୍ଚଳ ର କାମ୍ ଗାରର ଙ୍କ ମଧ୍ୟ ରେ ଖୁସି ର ଲହର ଖେଳି ଯାଇଛି । ଏହି ଉପଲକ୍ଷେ ଜୁମଦେ ଭବନ ରେ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ଥିଲା ।

ଏହି ସଭାରେ ଭାରତୀୟ ମଜଦୂର ସଂଘ ର ବରିଷ୍ଠ କାର୍ଯ୍ୟ କର୍ତ୍ତା ବୀରେନ କୁମାର ଖିଲାର,ଅରୁଣ କୁମାର ପ୍ରଧାନ,କିଶୋର ଚନ୍ଦ୍ର ପ୍ରଧାନ,ଅଜୟ କୁମାର ପାଢ଼ୀ,ସୁଦର୍ଶନ ମହାନ୍ତି,ଅଜୟ ସାହୁ,ସଞ୍ଜୀବ ମହାପାତ୍ର,ସୁଶିଲ ସାହୁ,ଅଜିତ ସାମଲ,ବିଭୂତି ପ୍ରଧାନ ଙ୍କ ସଙ୍ଗରେ ଶତାଧିକ ଖଣି ମଜଦୂର ତଥା ସମସ୍ତ ବର୍ଗ ର ଲୋକେ ଉପସ୍ଥିତ ଥିଲେ । ଭାରତ ମାତା କି ଜୟ ସ୍ଲୋଗାନ ରେ ଅଞ୍ଚଳ ପ୍ରକମ୍ପିତ ହେଉଥିଲା ।ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାର ର ସୁଶ୍ରୀ ସୁସ୍ମିତା ପଟେଲ ଙ୍କୁ ମଧ୍ୟ ଅଖିଳଭାରତୀୟ ଖଦାନ ମଜଦୂର ସଂଘ (କୋଲ ଫେଡେରେଶନ) ର ସମ୍ପାଦିକା ରୂପେ ମନୋନୀତ କରାଯାଇଛି ।


