You are currently viewing ବିଧାନସଭାରେ କବିସୂର୍ଯ୍ୟନଗର ବିଧାୟକଙ୍କ ଦମଦାର ଉପସ୍ଥାପନା,ଦାଦନ ସମସ୍ଯାକୁ ନେଇ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷିଲେ
ବିଧାନସଭାରେ କବିସୂର୍ଯ୍ୟନଗର ବିଧାୟକଙ୍କ ଦମଦାର ଉପସ୍ଥାପନା,ଦାଦନ ସମସ୍ଯାକୁ ନେଇ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷିଲେ

କୋଦଳା (୦୨/୦୮/୨୦୨୪)
ବିଧାୟକ ପ୍ରତାପ ନାୟକ ବିଧାନସଭାରେ ରାଜ୍ୟ ସରକାରଙ୍କ ବଜେଟ୍ କୁ ନେଇ ପ୍ରଶଂସା କରିବା ସହିତ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ୨୦୨୪ – ୨୫ ବଜେଟ୍ ପାଇଁ ସରକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖିଛନ୍ତି। ଗତ ବଜେଟ୍ ରୁ ୧୫ ପ୍ରତିଶତ ଅଧିକ ବୋଲି କହିଛନ୍ତି ବିଧାୟକ ଶ୍ରୀ ନାୟକ। ବଜେଟ୍ ଏକ ଐତିହାସିକ, ଲୋକାଭିମୁଖୀ ଓ ଗରିବ କଲ୍ଯାଣକାରି ବଜେଟ୍ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ। କୃଷକମାନଙ୍କ ପାଇଁ ଉକ୍ତ ବଜେଟ୍ ରେ ୩୩ ହଜାର ୯୦୦ କୋଟି ଟଙ୍କା ପ୍ରାବଧାନ ରଖିଛନ୍ତି। ଚାଷୀର ଆର୍ଥିକ ଓ ସାମାଜିକ ସ୍ଥିତିରେ ବେଶ୍ ସହାୟକ ହୋଇ ପାରିବ। ଜଣେ ଚଷା ପୁଅ ହିସାବରେ ଏନେଇ ମୁଁ ବେଶ୍ ଆନନ୍ଦିତ ବୋଲି ବିଧାନସଭାରେ କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ ।ଚାଷୀ ଚାଷ କରିବା ପାଇଁ ବର୍ଷା ଜଳ ଉପରେ ନିର୍ଭର କରିଥାଏ। ତେବେ ବିଗତ ଦିନ ମାନଙ୍କରେ କୃଷି କଲ୍ଯାଣ ପାଇଁ ବିଜେଡି ସରକାର ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଚଳିତ ବଜେଟରେ ସରକାର ଜଳ ସେଚନ ପାଇଁ ମଧ୍ୟ ବଜେଟ୍ ରେ ବ୍ଯବସ୍ଥା କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଜୁମଲା ସରକାର କହିବା ତାଙ୍କ ମୁହଁରେ ଶୋଭା ପାଉନି ବୋଲି କହି ସମାଲୋଚନା କରିଛନ୍ତି ବିଧାୟକ ଶ୍ରୀ ନାୟକ ।ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ବ କରି ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଥିବା କହି ଭର୍ତ୍ସନା କରିଛନ୍ତି। ଜିଲ୍ଲାରେ ଥିବା ଚିନିକଳ ବନ୍ଦ ହେବାକୁ ଯାଉଥିବା, ବିଗତ ସରକାରର ବହୁ ଯୋଜନା ସଫଳତା ନହେବା ନେଇ ବିଧାନସଭାରେ କଡା ସମାଲୋଚନା କରିଥିଲେ ବିଧାୟକ ଶ୍ରୀ ନାୟକ।