You are currently viewing ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ।
ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ।

ବ୍ରହ୍ମପୁର , ୦୪/୧୨ -:- ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତିଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷାଣୀନୂଆଗାଁ ମଣ୍ଡଳ ସଭାପତି ଭାବେ ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସର୍ବସମ୍ମତି କ୍ରମେ କୃଷ୍ଣ ଚ଼ନ୍ଦ୍ର ଚୌଧୁରୀଙ୍କ ନାମକୁ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅନୁମୋଦନ କ୍ରମେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି ଘୋଷଣା କରିଛନ୍ତି । ଗୋଷାଣୀନୂଆଗାଁ ମଣ୍ଡଳରେ କୃଷ୍ଣ ଚ଼ନ୍ଦ୍ର ଚୌଧୁରୀଙ୍କ ନେତୢତ୍ୱରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ସ୍ଥିତି ସୁଦୢଢ଼ ହେଇପାରିବ ବୋଲି ଶ୍ରୀ ପତି ଆଶା ବ୍ୟକ୍ତ କରିଛନ୍ତି । ଗୋଷାଣୀନୂଆଗାଁ ମଣ୍ଡଳର ନୂତନ ସଭାପତି ଭାବେ ଆଜି ଦାୟୀତ୍ୱ ନେଇଥିବା କୃଷ୍ଣ ଚ଼ନ୍ଦ୍ର ଚୌଧୁରୀଙ୍କୁ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଗୋଷାଣୀନୂଆଗାଁ ମଣ୍ଡଳ ପ୍ରଭାରୀ ପ୍ରଭାତ କିରଣ ଷଡ଼ଙ୍ଗୀ ପୁଷ୍ପଗୁଛ ସହ ଓୌପଢ଼ୋକନ ଦେଇ ସ୍ୱାଗତ ସହ ଅଭିନନ୍ଦନ ଜଣାଇଥିଲେ । ବୈଠକରେ ବହୁ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।