ବେଗୁନିଆପଡା । -୨୨/୧୨/୨୩
ଜିଲ୍ଲା ଶିଶୁ ସୁରକ୍ଷା କାର୍ଯାଳୟ ପକ୍ଷରୁ ବେଗୁନିଆପଡା ବ୍ଲକର କୁମ୍ଭାରଗାଁ ପଂଚାୟତ ତାଳଗାଁ ରେ ବିଜୁକନ୍ୟା ରତ୍ନ ଓ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆୟୋଜିତ ଏହି କାର୍ଯ୍ୟକ୍ରମ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଅଧକ୍ଷତା ରେ ୱାର୍ଡ ସଭ୍ୟ ସୁରେନ୍ଦ୍ର ସାହୁ ,ପୂର୍ବତନ ଶିଶୁ ମଙ୍ଗଳ ସମିତି ର ସଦସ୍ୟ ତଥା ଜିଲ୍ଲା ସ୍ତରୀୟ ତାଲିମ ଦାତା ହରିହର ପାଢୀ,ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ସୁଦାମ ପାଣିଗ୍ରାହୀ,ବ୍ଲକ ,ଅଂଚଳ ପରିଦର୍ଶିକା ମିନତୀ ବେହେରା, ସୁଲଚନା ଦାଶ, ଶୁଦିଦା ଦାଶ,ଜୟନ୍ତୀ ଦେବୀ, କମଳା ପଟନାୟକ,ପ୍ରମୁଖ ମଂଚାସୀନ ଥିଲେ l
ଏହି କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଦଳର ସଦସ୍ୟା,ଅଙ୍ଗନବାଡି, ଗାଁ କଲ୍ୟାଣ ସମିତିର ସଦସ୍ୟ ଉପସ୍ଥିତ ଥିଲେ l ଅଙ୍ଗରାଗାଁ ସେକ୍ଟର ଦୁଇ ଜଣ କନ୍ୟା ସନ୍ତାନ ଜନ୍ମ କରିଥିବା ମା ଙ୍କୁ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ରେ ସଂମାନ୍ନୀତ କରାଯାଇଥିଲା l ସମାଜରେ,କନ୍ୟା ଶିଶୁ ବଞ୍ଚିରହିବା ସାମଗ୍ରୀକ ବିକାଶ ନିମନ୍ତେ ଉତ୍ତମ ପରିବେଶ ସୃଷ୍ଟି କରିବା l ଆମ ପଂଚାୟତ ରେ କନ୍ୟା ସନ୍ତାନଙ୍କର ସମ୍ମାନ ବଜାୟ ରହିଲେ ଜିଲ୍ଲା ଓ ରାଜ୍ୟ ଏବଂ ଦେଶରେ ନାମ ବିଖ୍ୟାତ ହେବ ବୋଲି ଅତିଥି ମାନେ ମତ ଦେଇଥିଲେ l ବିଦ୍ୟାଳୟ ର ଛାତ୍ରୀ, ଛାତ୍ର ମାନଙ୍କ ମଧ୍ୟରେ ସମାଜରେ ଦେଖାଦେଉଥିବା ଲିଙ୍ଗ ଗତ ତାରତମ୍ୟ ପ୍ରତି ଧ୍ୟାନ ଦେବା l ଆମ ଗାଁ ରେ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି, ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରିବା, କନ୍ୟା ସନ୍ତାନ ମାନଙ୍କ ବିଦ୍ୟାଳୟ ରେ ଉପସ୍ଥାନ ବଢାଇବା ଉପରେ ପରାମର୍ଶ ଦିଆଯାଇଥିଲା l ବାଲ୍ୟ ବିବାହ ନିରୋଧ, କନ୍ୟା ସନ୍ତାନ ଗୁରୁତ୍ୱ, ମହିଳା ହିଂସା ବନ୍ଦ ଉପରେ ଏକ ରାଲି ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା l ଶେଷରେ ବ୍ଲକ ପ୍ରଶାସନ ପକ୍ଷରୁ ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା l
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
