ସାନଖେମୁଣ୍ଡି ୦୭/୧୧ – ( ପ୍ରଫୁଲ୍ଲ ସାବତ ) -:- ବାର ମାସରେ ତେର ପର୍ବକୁ ନେଇ ଆମର ଜଗନ୍ନାଥ ସଂସ୍କୃତି ଚାଲିଥିବା ବେଳେ ଏହି କାର୍ତ୍ତିକ ମାସ ଶେଷରେ ଗାଁ ଗାଁ ରେ ନାଟ ଯାତ୍ରାର ମାହୋଲ ଦେଖାଦେଇଥାଏ l ପବିତ୍ର ରାସପୂର୍ଣ୍ଣିମା ଉପଲକ୍ଷେ ଗୌତମୀ ଗ୍ରାମ ଉତ୍ସବ ମୂଖର ହୋଇଉଠିଛି l ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଗୌତମୀ ପଞ୍ଚାୟତର ଗୌତମୀ ଗାଁ ରେ ପ୍ରତିବର୍ଷ ପବିତ୍ର ରାସପୂର୍ଣ୍ଣିମାରେ ନାଟ ଯାତ୍ରା ଦେଖିବାକୁ ମିଳିଥାଏ l ଚଳିତ ବର୍ଷ ୦୯/୧୧/୨୨ ଠାରୁ ୧୨/୧୧/୨୨ ପର୍ଯ୍ୟନ୍ତ ଚାରିଦିନ ବ୍ୟାପି ନାଟଯାତ୍ରା ଏଠାରେ ଦେଖିବାକୁ ମିଳିବ l

୦୯/୧୧ ରେ ବିରାଟ ପଟୁଆରରେ ଗୋପୀନାଥ ମହାପ୍ରଭୁଙ୍କ ନଗର ପରିକ୍ରମା ସହିତ ରାତ୍ର ସାମାଜିକ ନାଟକ ଦେଖିବାକୁ ମିଳିବ l ୧୦/୧୧ ଦିନରେ ରେ ସାହସପୁର ଓ ବୁରୁପଡା ଦୁଇ ଗ୍ରାମର ପ୍ରହଲ୍ଲାଦ ନାଟକ ସାଙ୍ଗକୁ ରାତ୍ର ଚକାତେନ୍ତୁଳି ଓ ହିଞ୍ଜିଳିକାଟୁ ଦୁଇ ଗ୍ରାମର ଭରାତଲୀଳା ନାଟକ ଦେଖିବାକୁ ମିଳିବ l ୧୧/୧୧ ରେ ଏମ ଚାନ୍ଦପୁର ଓ ତିତିଗାଁ ଦୁଇ ଗ୍ରାମର ରାମାୟଣ ନାଟକ, ୧୨/୧୧ରେ ନୂଆଁ ମୈଶାନପୁର ଓ ଖଜିପଲ୍ଲୀ ଦୁଇ ଗ୍ରାମର ସୁନ୍ଦର ରାମାୟଣ ନାଟକ ଦେଖିବାକୁ ମିଳିବ l
ଯାତ୍ରାରେ ଦେଖେଣାହାରିଙ୍କ ଭିଡକୁ ନଜରରେ ରଖି ଯାତ୍ରା କମିଟି ପୋଲିସଙ୍କୁ ଲିଖିତ ଜଣାଇ ସୁରକ୍ଷା ପାଇଁ ସଦର ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି l ଯାତ୍ରା କମିଟି ସଭାପତି ନୀଳକଣ୍ଠ ସ୍ୱାଇଁ, ସମ୍ପାଦକ ଶିବରାମ ରଣା, କୋଷାଧକ୍ଷ ସିମାଞ୍ଚଳ ବେହେରା, ସଭ୍ୟ ମିଟୁ ବେହେରା, ରାଜେନ୍ଦ୍ର ସାବତ , ପ୍ରଭାତ ଜେନା , ସୁଶାନ୍ତ ସ୍ୱାଇଁ ସମସ୍ତ ଗ୍ରାମବାସୀ ବୃନ୍ଦ ଶାନ୍ତିଶୃଙ୍ଖଳା ସହ ମହୋତ୍ସବ ଉପଭୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l
