You are currently viewing ଜଗନ୍ନାଥ ପ୍ରସାଦ ପୋଲିସର ଫ୍ଲାଙ୍ଗମାର୍ଚ୍ଚ l
ଜଗନ୍ନାଥ ପ୍ରସାଦ ପୋଲିସର ଫ୍ଲାଙ୍ଗମାର୍ଚ୍ଚ l

ଜଗନ୍ନାଥ ପ୍ରସାଦ :୨୩/୩:(ଚିତ୍ତରଞ୍ଜନ ଗନ୍ତାୟତ )
ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ l ଆସନ୍ତା ୨୦୨୪ ସାଂସଦ ଏବଂ ବିଧାୟକ ନିର୍ବାଚନ କିପରି ଅବାଧ ଓ ଶୃଙ୍ଖଳିତ ହେବ ସେଥିପାଇଁ ସ୍ଥାନୀୟ ପୋଲିସ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛି l ଏହି ପରିପେକ୍ଷୀରେ ଗତକାଲି ଅପରାହ୍ନ ସମୟରେ ଗଞ୍ଜାମ ଆରାକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନାଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଉପଖଣ୍ଡ ଅଧିକାରୀ ଶ୍ରୀ ସୁଜିତ କୁମାର ନାୟକଙ୍କ ଅଧକ୍ଷତାରେ ଫ୍ଲାଙ୍ଗମାର୍ଚ୍ଚ କରାଯାଇଥିଲା l ପ୍ରଥମ ଦିନରେ କୁମ୍ପାପଡା,ଖଇରନଟି, ପଞ୍ଚଭୂତିର ସମସ୍ତ ସାହି, ଗଳିକନ୍ଦି ସମେତ ଜଗନ୍ନାଥ ପ୍ରସାଦର ସହରର ମୁଖ୍ୟ ରାସ୍ତା, ହାଟପଦା ଏବଂ ବ୍ଲକ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଛି ଏହି ଟିମ l ଏହି ସମୟରେ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବିଭିନ୍ନ ସ୍ଥାନ ଚିହ୍ନଟ କରାଯାଇଥିଲା l ଆଗାମୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା l ଏଥିରେ ତାରସିଙ୍ଗି ଥାନାଧିକାରୀ ବିଜୟ କୁମାର ସ୍ୱାଇଁ, ଜଗନ୍ନାଥ ପ୍ରସାଦ ଥାନା ପକ୍ଷରୁ ଏସଆଇ ପ୍ରଭାତ କୁମାର ସୁବୁଦ୍ଧି,ଏସଆଇ ବଂଶୀଧର ମଲ୍ଲିକ, ଏଏସଆଇ ପ୍ରଭାତୀ ବେହେରା, ଏଏସଆଇ ଟି ପ୍ରମିଳା,ଏଏସଆଇ ରଞ୍ଜନକୁମାର ଆଚାର୍ଯ୍ୟଙ୍କ ସମେତ ହୋମଗାର୍ଡ ଏବଂ ଦୁଈ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଦ୍ୱାରା ବିଭିର୍ଣ୍ଣ ସହର ଏବଂ ସାହି ବୁଲି ଜନସାଧାରଣଙ୍କୁ ନିର୍ବାଚନ ପାଇଁ ସଚେତନତା କରାଯାଇଥିଲା l
ଆଗାମୀ ଦିନରେ ଜଗନ୍ନାଥ ପ୍ରସାଦ ଥାନା ଅଧୀନରେ ଥିବା ପ୍ରତ୍ୟେକ ସହର,ଗ୍ରାମର ସାହି, ଗଳିକନ୍ଦିକୁ ପୋଲିସ ଟିମ ଫ୍ଲାଗମାର୍ଚ୍ଚ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା


ସାହିତ ନିର୍ବାଚନ ପାଇଁ କୌଣସି ପ୍ରକାର ହିଂସାତ୍ବ୍ମକ ପରିବେଶକୁ ଦୃଷ୍ଟି ଦେବା ଏବଂ ନିର୍ବାଚନ କିପରି ସୁରୁଖୁରୁରେ ହେବା ପାଇଁ ଜଗନ୍ନାଥ ପ୍ରସାଦ ପୋଲିସ
ସଜାଗ ଥିବା ଉପଖଣ୍ଡ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି l